pr

କୁଟାସିଂହାରେ ୧୮ତମ ସାର୍ବଜନୀନ ଦୁର୍ଗା ପୂଜା ପାଳିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମରେ ୧୮ତମ ସାର୍ବଜନୀନ ଦୁର୍ଗା ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି ଦୁର୍ଗାପୂଜାରେ ଆକର୍ଷଣୀୟ ଦୁର୍ଗା ମେଢ଼ କରାଯାଇଥିଲା । ଏହି ପୂଜାରେ କର୍ତ୍ତା ଭାବେ ସୁନିଲ ପାତ୍ର, ସୁବାଷିନୀ ପାତ୍ର କାମ ତୁଲାଇଥିଲେ ଓ ପୂଜକ ଭାବେ ପଣ୍ଡିତ ଶତ୍ରୁଘ୍ନ ପୁରୋହିତ ପୂଜା କରିଥିଲେ । ଏହି ଅବସରରେ ମୁଖ୍ୟ ଆକର୍ଷଣ କୀର୍ତ୍ତନ ଧାରା ଅନୁଷ୍ଠିତ ହୋଇଥିଲା । ଏହି କୀର୍ତ୍ତନ ଧାରାରେ ନବୀନ ଭୁଏ, ଭାଲୁ ପତ୍ରା, ସୁନୀତା ସାହୁ, ଚନ୍ଦନଭାଟି, ରଞ୍ଜିତା ହଂସ, ଭାଙ୍ଗକୁଦ୍, ଆଶାବତୀ ମଲ୍ଲିକ, ଖଲିଆପାଲି, ମନ ବଗର୍ତ୍ତୀ, ଭାଲୁ ପତ୍ରା, ପିଙ୍କୁ ମହାପାତ୍ର, ବୀର ମାଲ, ସୁନିଲ କୁମାର ସେଠ୍, ବାଘପାଲି ଉପସ୍ଥିତ ରହି ନିଜର ଗୀତ ଓ ବଦ୍ୟରେ କୁଟାସିଂହା ଅଞ୍ଚଳରେ ଦର୍ଶକମାନଙ୍କୁ ବିମୋହିତ କରିଥିଲେ ।

nrusinghnath
Leave A Reply

Your email address will not be published.