ଛତ୍ରପୁର ସହରବାସୀଙ୍କ ପାଇଁ ୱାଇରଟେଲ ଡିଜିଟାଲ ନେଟୱାର୍କର ଶୁଭାରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଛତ୍ରପୁରସ୍ଥ ଶିବ୍ କୁମାର ପଟ୍ଟନାୟକ ରିଡିଂରୁମ୍ ପରିସରରେ ଏକ ଭବ୍ୟ ସମାରୋହରେ ଆବ-କୋ ଡିଜିଟାଲ ଓ ୱାଇରଟେଲର ମିଳିତ ଏକ ହାଇ- ସ୍ପିଡ୍ ଡିଜିଟାଲ ନେଟୱାର୍କର ଶୁଭାରମ୍ଭ ହୋଇଛି । ସମସ୍ତ ବର୍ଗର ଜନସାଧାରଣ ଓ ଉପଭୋକ୍ତାଙ୍କ ପାଇଁ ଏହା ଉଦ୍ଧିଷ୍ଟ ଅଟେ । ଏହି ନୂତନ ନେଟୱର୍କ ଯୁବପୀଢ଼ି, ଛାତ୍ର ସମାଜ ଓ ସମସ୍ତ ବର୍ଗର ଉପଭୋକ୍ତା ମାନଙ୍କ ନିମନ୍ତେ ସୁଲଭ ଦରରେ ୱାଇରଟେଲ୍ (ବ୍ରଣ୍ଡ ବ୍ୟାଣ୍ଡ ସର୍ଭିସ) ନେଟ୍ ୱାର୍କର ସୁବିଧା ମିଳିବା ଉପଲବ୍ଧ ହେବ । ଆବ୍- କୋ ଡିଜିଟାଲର ମୁଖ୍ୟ ପ୍ରଣବ କୁମାର ପଣ୍ଡା ଏହି ସ୍ପିଡ୍ ଇଣ୍ଟରନେଟ୍ ସେବା ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେବା ସହ ଏହାର ଉପଭୋଗ କରିବା ନିମନ୍ତେ ସେ ପ୍ରବର୍ତ୍ତାଇଥିଲେ । ଆଜିର ଅନୁଷ୍ଠିତ ଏହି ଶୁଭ ଉଦଘାଟନୀ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପପତି ତଥା ବରିଷ୍ଠ ସମାଜସେବୀ ଇଂ. ରାମଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ଏହି ସ୍ପିଡ୍ ଇଣ୍ଟରନେଟ୍ ସେବା ଦ୍ୱାରା ଶିକ୍ଷା- ବ୍ୟବସ୍ଥାରେ ଉନ୍ନତି ଘଟିବା ସହ ଏଥିରୁ ପୋଲିସ ଓ ରେଭିନ୍ୟୁ, ଶିକ୍ଷାବିଭାଗ ଯଥା ସାମଗ୍ରିକ ଉପଭୋକ୍ତା ମାନେ ଉପକୃତ ହେବେ । ସର୍ବୋପରି ସାଧାରଣ ଇ-ସେବା ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ସେ କହିଥିଲେ । ପ୍ରାଥମିକତା ଭିତ୍ତିରେଏହି ସେବା ପାଇଁ ଯାନ୍ତ୍ରିକ ପଦାର୍ଥ / ରାଉଟର୍ ଗୁଡ଼ିକ ବଣ୍ଟନର ଆଜି ଅନୁକୁଳ କରାଯାଇଥିଲା । ପ୍ରଥମେ ଛତ୍ରପୁର ଅଗ୍ରଣୀ ବ୍ୟବସାୟୀ ଭି.ମନୋଜ କୁମାର ପରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ୟ୍ୟ ରବିନ୍ଦ୍ରନାଥ ଦାସଙ୍କୁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ପ୍ରଦାନ କରିଥିଲେ । ସମସ୍ତ କାର୍ୟ୍ୟକ୍ରମକୁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଏବଂ ଆବ-କୋ ଡିଜିଟାଲ ନେଟୱର୍କର ଉପଦେଷ୍ଟା ବି. ଶ୍ରୀନିବାସ ପରିଚାଳନା କରିବା ସହ ଏହି ସେବା ସଂପର୍କରେ ମଧ୍ୟ ପୁଙ୍ଖାନୁପୁଙ୍ଖ ସୂଚନା ଦେଇଥିଲେ । ୱାଇରଟେଲ୍ (ବ୍ରଣ୍ଡ ବ୍ୟାଣ୍ଡ ସର୍ଭିସ) ନେଟ୍ ୱାର୍କର ସେବା ନିମନ୍ତେ ଉପଭୋକ୍ତାମାନେ ସ୍ଥାନୀୟ କେବୁଲ ଅପେରେଟରଙ୍କ ସହ ଯୋଗାଯୋଗ ସମ୍ପର୍କ କରିବାକୁ କୁହାଯାଇଥିଲା ।

Leave A Reply

Your email address will not be published.