jsm

ସିଏମ୍‌ ଟ୍ରଫି ଦ୍ୱିତୀୟ ଦିବସ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍‌ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା ଫୁଟବଲ୍‌ ଚାମ୍ପିୟନସିପ୍‌ ୨୦୨୬ ଦ୍ୱିତୀୟ ସଂସ୍କରଣ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍‌ ଠାରେ ଦ୍ୱିତୀୟ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି । ସକାଳ ଖେଳରେ ଟିଟିଲାଗଡ଼ ଏଫ୍‌ସି ଛାତ୍ରୀ ଦଳ ୫-୦ ଗୋଲରେ ବଙ୍ଗୋମୁଣ୍ଡା ଏଫ୍‌ସି ଛାତ୍ରୀଦଳକୁ ହରାଇ ବିଜୟୀ ହେଲା । ସେହିପରି ଅପରାହ୍ନ ଖେଳ ବାଳକ ବର୍ଗରେ ଟିଟିଲାଗଡ଼ ଏଫ୍‌ସି ୧୨-୦ ଗୋଲରେ ପୁଇଁନ୍ତଲା ଏଫ୍‌ସିକୁ ହରାଇ ବିଜୟୀ ହୋଇଥିଲା । ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଂସଦ ତଥା ଫାଓ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ, ଯୁଗ୍ମ ସଂପାଦକ ଶତୃଘ୍ନ ସିଂହ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର, କ୍ରୀଡ଼ା ସଂପାଦକ ବିଭୂତି ଭୂଷଣ ପଣ୍ଡା, ବରିଷ୍ଠ ସଦସ୍ୟ ଡ. ସିଦ୍ଧେଶ୍ୱର ମିଶ୍ର, କ୍ରୀଡ଼ାବିତ ସୁନିଲ ଚନ୍ଦ୍ର ବିଶ୍ୱାଳ, ଶୁଭ୍ରାଂଶୁ ଶେଖର ଅମାତ, ଭଲିବଲ ସଂପାଦକ ସଂଗ୍ରାମ କେଶରୀ ବହିଦାର, ସଦସ୍ୟ କୈଳାସ ଚନ୍ଦ୍ର କର୍ତି, ସୁଧାଂଶୁ ସେଠ ଓ କ୍ରୀଡ଼ାବିତ ଶ୍ରୀକାନ୍ତ ରାଉତ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା ମଂଚ ପରିଚାଳନା କରିଥିଲେ । ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇ ଥିଲେ । ଖେଳକୁ ଦେବାଶିଷ ବାଗ, ମଳୟ ଘିଭେଲା, ସଞ୍ଜନ କୁଦେଇ, ଜିତେନ୍ଦ୍ର ପାତ୍ର, ସୁଦର୍ଶନ ସେଠ, ଯଶୋବନ୍ତ ମାଝୀ, ଗୌରହରି ପୁଟେଲ ଓ ଦୋଳଗୋବିନ୍ଦ ମୁଣ୍ଡା ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.