csstore

ସ୍କୁଟି ସହ ଚୋର ଧରାପଡିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ପୋଲିସ ପକ୍ଷରୁ ଜଣେ ଆନ୍ତଃ ଜିଲ୍ଲା ଅପରାଧୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଅଭିଯୁକ୍ତ ଜଣକ ହେଲେ ଯାଜପୁର ଜିଲ୍ଲା ବୋରି ରାମ ଚନ୍ଦ୍ରପୁର ଥାନା ଅଧୀନ ଅରୁଆଳ ଗାଁର ଶେଖ ସମିନ ଓରଫ ସଲିମକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଛି । ସୂଚନା ଯୋଗ୍ୟ ଯେ, ଛତ୍ରପୁର ବାଇପାସ ରୋଡ଼ ଆଶାଳତା ନିବାସର ସୋମିୟା ସୁଚରିତା ପଟ୍ଟନାୟକଙ୍କ ଘରୁ ଏକ ସ୍କୁଟି ଚୋରୀ ହୋଇଥିବା ନେଇ ସେ ୨୬ ତାରିଖରେ ଛତ୍ରପୁର ଥାନାରେ ଏକ ଏତଲା ଦେଇଥିଲେ ଉକ୍ତ ଏତଲାକୁ ଭିତ୍ତି କରି ଛତ୍ରପୁର ଥାନା ପୋଲିସ ଏକ ମାମଲା (ନମ୍ବର ୧୨୮/୨୫ ) ରୁଜୁ କରି ତଦନ୍ତ ଚଳାଇଥିଲେ ପରେ ୨୮ ତାରିଖ ଉକ୍ତ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇ ସ୍କୁଟି ଉଦ୍ଧାର ସହ ଲୁହା ଛଡ଼, ୪ଟି ମୋଟର ସାଇକେଲ ଚାବି, ୫ଟି ଘର ତାଲା ଚାବି, ଗୋଟିଏ ମୋବାଇଲ ଫୋନ ଓ କଟର ଜବତ କରିଛନ୍ତି ।

jayashree
Leave A Reply

Your email address will not be published.