jsm

ସ୍କୁଲ ପରିସରରେ ଅଶାନ୍ତ ବାତାବରଣ ସୃଷ୍ଟି ହେତୁ ଅବିଭାବକ ତଥା ଛାତ୍ରଛାତ୍ରୀମାନଙ୍କ ସ୍କୁଲ ସମ୍ମୁଖରେ ଧାରଣା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନରୁ ଭାଙ୍ଗମୁଣ୍ଡା ଗ୍ରାମ ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠର ପଲ୍ଲୀବିକାଶ ଭାଙ୍ଗମୁଣ୍ଡା ଗ୍ରାମର ନାମ ଥିଲା । ତାକୁ ଉହ୍ୟ କରି ଦିଆଯାଇଥିବାରୁ ଗ୍ରାମବାସୀ ପ୍ରଶାସନର ବାରମ୍ବାର ଦ୍ୱାରସ୍ଥ ହୋଇ ଦାବୀ କରି ଆସୁଥିଲେ ସୁଦ୍ଧା ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଲୀବିକାଶରେ ଭାଙ୍ଗମୁଣ୍ଡା ଗ୍ରାମର ନାମ ଲେଖା ନଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଧାନ ଶିକ୍ଷକ ତଥା କର୍ମଚାରୀ ବୃନ୍ଦ ମଦ ଇତ୍ୟାଦି ନିଶା ସେବନ କରୁଛନ୍ତି ଏବଂ ବାହ୍ୟ ଲୋକ ମାନଙ୍କୁ ସ୍କୁଲ ପରିସର ମଧ୍ୟକୁ ଡାକି ଅଶାନ୍ତି ବାତା ବରଣ ସୃଷ୍ଟି କରୁଛନ୍ତି, ଯଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ଅଧ୍ୟୟନରେ ପ୍ରତିବନ୍ଧକ କରିବା ସହିତ ଅଶାନ୍ତ ବାତାବରଣ ସୃଷ୍ଟି ହେଉଛି ବୋଲି ମତ ପ୍ରକାଶ ପାଉଛି । ସୂଚନା ଅନୁସାରେ ଉପରୋକ୍ତ ବିଷୟକୁ ଭିତ୍ତି କରି ଭାଙ୍ଗମୁଣ୍ଡା ଗ୍ରାମର ଅବିଭାବକ ତଥା ଛାତ୍ରଛାତ୍ରୀମାନେ ଗତ ୧୩ ତାରିଖ ୧୧ ଘଟିକା ସମୟରେ ଦରଖାସ୍ତ ସହିତ ବିଦ୍ୟାଳୟକୁ ଯାଇଥିଲେ । କିନ୍ତୁ ପ୍ରଧାନ ଶିକ୍ଷକ ସ୍କୁଲ ପରିସର ମଧ୍ୟକୁ ପ୍ରବେଶ କରିବାରୁ ମନା କରିଥିଲେ ଯଦ୍ୱାରା ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ସ୍କୁଲ ସମ୍ମୁଖରେ ଧାରଣା ସ୍ୱରୂପ ବସିଥିଲେ ଓ ଟ୍ରାନଫର୍‌ ସାର୍ଟିପିକେଟ ନେବାର ଜିଦ୍‌ ଧରିଥିଲେ । ପ୍ରଧାନ ଶିକ୍ଷକ ଉକ୍ତ ବିଷୟରେ ସମାଧାନ ଅବଲମ୍ବନ କରି ୪ ଦିନ ମଧ୍ୟରେ ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଲୀବିକାଶ, ବେହେରମୁଣ୍ଡା ନାମରେ ଥିବା ଫଳକକୁ ପରିବର୍ତ୍ତନ କରି କାଗଜ ପତ୍ରରେ ଯାହା ରେକର୍ଡ ଅଛି ସେହି ଭଳି ଫଳକ ଲେଖାଇବା ପାଇଁ ଲିଖିତ ପ୍ରତିଶୃତି ଦେଲା ପରେ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଧାରଣା ପ୍ରତ୍ୟାହାର କରିଥିଲେ ।

yuvodaya
Leave A Reply

Your email address will not be published.