ଧାନ କିଣିବା ଦାବୀରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦାବୀପତ୍ର

ଲୋଇସିଂହା, (କେପିଏନ୍‌ଏସ୍‌) : ମଣ୍ଡିରେ ଧାନ କିଣିବା ଦାବୀରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ଼ ପେକ୍ସର ଚାଷୀ ମାନେ ଗୁରୁବାର ଦିନ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଟୋକନ୍ ଆସିବା ପରେ ଚାଷୀ ମାନେ ନିଜ ନିଜର ଧାନକୁ ମଣ୍ଡି ନିକଟକୁ ନେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କର ଧାନ ବିକ୍ରି ହୋଇନାହିଁ । ଯଥା ସମ୍ଭବ ଚାଷୀ ମାନଙ୍କର ଧାନ ସରଗାଡ଼ ପେକ୍ସରୁ କିଣାଯାଉ ବୋଲି ଦାବୀ କରାଯାଇଛି । ଶମ୍ଭୁ ଦାସ, କୈବର୍ତ୍ତ ପଧାନ, ରଂଜିତ ପଟେଲ, ଜିତୁ ସାହୁ, ସୁରେନ୍ଦ୍ର ପଟେଲ, ଗୌର ବେହେରା, ପ୍ରଶାନ୍ତ ବାଗ, ପ୍ରଶାନ୍ତ ପଟେଲ, ପ୍ରଦୀପ ଗୁରୁ, ଅନ୍ତର୍ୟ୍ୟାମୀ ପଟେଲ, ପରଦେଶୀ ପଟେଲ, ସୁଶୀଲ ପଟେଲ ପ୍ରମୁଖ ଚାଷୀ ଦାବୀପତ୍ର ପ୍ରଦାନରେ ସାମିଲ୍‌ ଥିଲେ ।

Leave A Reply

Your email address will not be published.