jsm

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଠାରେ ବାଇକକୁ ଧକ୍କା ଦେଲା ଟ୍ରକ : ୧ ଗୁରୁତର

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଠାରେ ଜଣେ ଯୁବକ ନିଜ ବାଇକରେ ମେଡିକାଲ କାମରେ ଯିବା ବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେବା ଫଳରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଶ୍ରୀପୁରମ୍‌ ଗ୍ରାମର ନବୀନ ସାଗର ନାମକ ଜଣେ ଯୁବକ ନିଜ ଦୁଇ ଚକିଆ ବାଇକ ସାହାଯ୍ୟରେ ଜାତୀୟ ରାଜପଥ ୨୬ ଦେଇ ମେଡିକାଲ କାମରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲାକୁ ଆସୁଥିବା ବେଳେ ସଇଁତଲାର ନବୀନ ଛକରେ ତାଙ୍କୁ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଖଣ୍ଡିଆ ଖାବରା ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି ।

yuvodaya
Leave A Reply

Your email address will not be published.