ଅଟୋ -ଟ୍ରକ ମୁହାଁ ମୁହିଁ ଧକ୍କା, ୨ମୃତ

କୋରାପୁଟ : କୋରାପୁଟ- ଦୟାନିଧୀ ଗୁଡା ନିକଟରେ ଅଟୋ ସହ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ୧୨ ଜଣ ଯାତ୍ରୀ ମୁଲ ମଜୁରୀ ସାରି ଘର ବୁଟୁରୁଗୁଡାକୁ ଫେରୁଥିଲେ । ଏହି ସମୟରେ ଟ୍ରକଟି ରାୟପୁରରୁ କାକିନାଡା ଯାଉଥିଲାବେଳେ ଦୁର୍ଘଟଣା ଘଟିଛି । ସଦର ଥାନା ପୋଲିସ ଟ୍ରକକୁ ଜବତ କରିଛି । ଟ୍ରକ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଉଭୟ ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖିଛି ପୋଲିସ ।

Leave A Reply

Your email address will not be published.