jayashree

ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି : ଅପମିଶ୍ରଣ ଓ କଳାବଜାରୀକୁ ରୋକାଯିବା ଜରୁରୀ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଖାଇବା ତେଲକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏ ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଛି ସରଗରମ ଆଲୋଚନା ବି ହୋଇଥିଲା । ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ଏହି ଆଲୋଚନା କରାଯାଇଛି । ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ସ୍ୱର ଉଠାଇଥିଲେ । ପ୍ରତିଦିନ ଖାଦ୍ୟରେ ଖାଇବା ତେଲର ଆବଶ୍ୟକତା ରହିଛି । ଏହାର ମାତ୍ରାଧିକ ଦରବୃଦ୍ଧି ଫଳରେ ଗ୍ରାହକ ହନ୍ତସନ୍ତ ହେଉଛନ୍ତି । କେନ୍ଦ୍ର ସରକାର ଖାଇବା ତେଲ ଉପରେ ୫ ପ୍ରତିଶତ ଜିଏସଟି ଆଦାୟ କରୁଛନ୍ତି । ଏଥିରେ ରାଜ୍ୟର ଅଂଶ ମଧ୍ୟ ରହିଛି । ବର୍ତ୍ତମାନ ରାଜ୍ୟରେ ଖାଇବା ତେଲର ଦର ଦେଢ଼ଶହ ଛୁଇଁଲାଣି । କେନ୍ଦ୍ର ସରକାର ସେସ ଓ ଆମଦାନୀ ଶୁଳ୍କ ବୃଦ୍ଧି କରୁଛନ୍ତି । ତେଣୁ ତେଲ ଦରକୁ କିଭଳି ନିୟନ୍ତ୍ରଣ କରାଯିବ, ରାଜ୍ୟ ସରକାର ସେଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଦାବୀ କରିଛନ୍ତି, କଂଗ୍ରେସ ବିଧାୟକ । ଅନ୍ୟପକ୍ଷରେ ବିଜେପି ବିଧାୟକ କହିଛନ୍ତି ଆମେ ଅଣ୍ଡା, ଆଳୁ, ପିଆଜ ଓ ତେଲ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାରୁ ସ୍ୱାବଲମ୍ବୀ ହୋଇପାରିବା ନାହିଁ । ବର୍ତ୍ତମାନ ଖାଇବା ତେଲର ଚାହିଦା କେତେ ଓ କେତେ ଆମଦାନୀ ହେଉଛି ତାର ହିସାବ ସରକାର ଗୃହରେ ରଖିବାକୁ ଦାବି କରିଛନ୍ତି, ବିଜେପି ସଦସ୍ୟ ମୋହନ ମାଝୀ । ଆବଶ୍ୟକତାଠାରୁ ଯୋଗାଣ କମ୍ ହେଲେ ଦର ବୃଦ୍ଧି ପାଇବ ବୋଲି ସେ ଗୃହକୁ କହିଛନ୍ତି । ତେଣୁ ସବୁ ଗ୍ରାମପଞ୍ଚାୟତ ସ୍ତରରେ ତୈଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇ ମହିଳା ଏସେଚଜି ଗ୍ରୁପଙ୍କୁ ସାମିଲ କରାଯାଇ ସଭିଙ୍କୁ ସ୍ୱାବଲମ୍ବୀ କରାଯିବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.