ସମ୍ବଲପୁର : ସେବା ଲକ୍ଷ୍ୟ ନେଇ ଗରିବଙ୍କ ପାଇଁ ମାଗଣା କ୍ଲିନିକ ଆରମ୍ଭ କଲେ ଡାକ୍ତର ଦମ୍ପତ୍ତି । ସପ୍ତାହକୁ ୬ଦିନ ୨ଘଣ୍ଟା ସେବା ଯୋଗାଇବା ଲକ୍ଷ୍ୟ ରଖିଛନ୍ତି ଦମ୍ପତ୍ତି । ସମ୍ବଲପୁର ମହାନଗର ନିଗମ ସର୍ଲାକାନୀ ସମଲେଇପଦରରେ ରହୁଥିବା ବୁର୍ଲା ଭିମସାରର ଡାକ୍ତର ଦମ୍ପତି ସଞ୍ଜୀବ ମିଶ୍ର ଓ ଗୀତାଞ୍ଜଳି ଦୁବେ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ସେମାନେ ନିଜ ଘର ପାଖରେ ଆରୋଗ୍ୟ ନାମକ ଏକ ମାଗଣା କ୍ଲିନିକ ଖୋଲିଛନ୍ତି । ବରଗଡ ସାଂସଦ ସୁରେଶ ପୂଜାରୀ ଆନୁଷ୍ଠାନିକ ଭାବେ ଏହାର ଉଦ୍ଘାଟନ କରିଥିଲେ ।
ଏକ ମାଗଣା କ୍ଲିନିକ ଖୋଲି ସେବା କରିବାକୁ ବହୁଦିନରୁ ଇଚ୍ଛା ଥିଲା ଓ ଡ୍ୟୁଟି ସମୟ ବାହାରେ ଏହି କ୍ଲିନିକରେ ଲୋକଙ୍କୁ ଚିକିତ୍ସା ଦେବା ଲକ୍ଷ୍ୟ ରହିଛି ବୋଲି ଦମ୍ପତ୍ତି କହିଛନ୍ତି । ସୋମବାରଠାରୁ ଶନିବାର ପ୍ରତିଦିନି ସନ୍ଧ୍ୟା ସାଢେ ୬ଟାରୁ ୮ଟା ପର୍ୟ୍ୟନ୍ତ କ୍ଲିନିକ ଖୋଲା ରହିବ । ଭିମ୍ସାରରୁ ଡ୍ୟୁଟି ସାରି ଆସିବା ପରେ ରୋଗୀ ସଂଖ୍ୟା ବୃଦ୍ଧି ହେଲେ ସମୟ ସୀମାରେ ମଧ୍ୟ ବୃଦ୍ଧି କରାଯିବ ବୋଲି କହିଛନ୍ତି ।