csstore

କିଡନୀ ରୋଗର ସାମାଧନ ଓ ନିରାକରଣ ନେଇ ଗାଁକୁ ପହଞ୍ଚିଲେ ଡାକ୍ତରୀ ଟିମ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଅଞ୍ଚଳରେ ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ତାହାର କାରଣ ଏବଂ ରୋଗୀ କେମିତି ଠିକ ହେବେ ତାହାକୁ ଦୃଷ୍ଟିରେ ରଖି ଆଜି ଭୀମସାର ବୁର୍ଲାରୁ ଏକ ଡାକ୍ତରୀ ଟିମଙ୍କ ସହ ଗାଇସିଲେଟର ଡାକ୍ତରୀ ଟିମ୍, ଗୋଷ୍ଠୀ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ବୃନ୍ଦ ଟିମରେ ସାମିଲ ଥିଲେ । ଗାଇସିଲେଟର ସ୍ଵେଚ୍ଛାସେବୀ ଅନୁଷ୍ଠାନ ୟୁଥ କ୍ଲବ ସଭାପତି ରଞ୍ଜନ ପଣ୍ଡା ଏହି ଟିମ ସହ ସାମିଲ ହୋଇ ଗାଇସିଲେଟ ଅଞ୍ଚଳର ବିଭିନ୍ନ ଗ୍ରାମକୁ ପରିଦର୍ଶନ କରି ଡାକ୍ତରୀ ଟିମ୍ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ କିଡନୀ ରୋଗ ସମ୍ୱନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ । ଲୋକଙ୍କୁ ସଚେତନ କରିବା ସହ ଫୁଟା ପାନୀୟ ଜଳ ବ୍ୟବହାର କରିବାକୁ ସଚେତନ କରିଥିଲେ ।

jayashree
Leave A Reply

Your email address will not be published.