jsm

ଆନ୍ଧ୍ରପ୍ରଦେଶ ଇଟାଭାଟିରେ ଓଡ଼ିଶାର ଦଳିତ ଦାଦନ ଶ୍ରମିକ ନିର୍ୟ୍ୟାତିତ : ପ୍ରାଣ ଭୟରେ ଓଡିଶା ପ୍ରତ୍ୟାବର୍ତ୍ତନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୭ ମାସ ଧରି ଆନ୍ଧ୍ର ପ୍ରଦେଶ ରାଜ୍ୟର ପୈଦାପଲ୍ଲୀ ଜିଲ୍ଲା ଅନ୍ତର୍ଗତ କରଲାଚିର୍ଲା ଗାଁରେ ଥିବା ଶ୍ରୀ ଆରିଫଙ୍କ ଇଟାଭାଟିରେ କାର୍ୟ୍ୟ କରୁଥିବା ବରଗଡ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଲକ ନିଲାଥର ଗ୍ରାମର ପ୍ରମୋଦ ତାଣ୍ତି (୩୦ ବର୍ଷ), ତାଙ୍କ ସ୍ତ୍ରୀ ଶ୍ରୀମତୀ ନୃପତି ତାଣ୍ତି (୨୫ ବର୍ଷ) ଏହି ୩ବର୍ଷର ଛୋଟ ଛୁଆ ଭବନ ତାଣ୍ତି ଅକଥନୀୟ ନିର୍ୟ୍ୟାତିତା ହେବାପରେ ପ୍ରାଣ ଭୟରେ ଲୁଚିଛପି ଭୋକ ଉପାସରେ ଗତ ୬ ତାରିଖ ଦିନ ତାଙ୍କ ନିଜ ଗ୍ରାମ ନିଲାଥରକୁ ପହଞ୍ଚିଛନ୍ତି । ଗ୍ରାମର ଭଦ୍ରବ୍ୟକ୍ତି ଓ ଜାତି ସମାଜର ଭଦ୍ରବ୍ୟକ୍ତିଙ୍କୁ ଏହି ସମସ୍ତ କଥା କହିବା ପରେ ଆଜି ପ୍ରମୋଦ ତାଣ୍ତି ତାଙ୍କ ସ୍ତ୍ରୀ ଓ ୩ବର୍ଷର ଛୁଆ ସହ ପାଇକମାଲ ଥାନାରେ ରିପୋର୍ଟ ଦେଇଛନ୍ତି । ଥାନା ଅଧିକାରୀ ରିପୋର୍ଟ ପାଇବା କ୍ଷଣି ସ୍ୱାମୀ, ସ୍ତ୍ରୀର ମେଡିକାଲ ଯାଞ୍ଚ ପାଇକମାଲ ରେଫର କରି ଘଟଣାର ତଦନ୍ତ କରୁଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଶହ ଶହ ପରିବାରକୁ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଦାଦନ ଶ୍ରମିକ ଭାବେ ବରତୁଣ୍ତା ଗ୍ରାମର ଗୋବିନ୍ଦ ସୁନା ପଠାଇ ଏଥିରେ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛି । ପ୍ରମୋଦ ତାଣ୍ତି ପରିବାରକୁ ତାଙ୍କ ଘରକୁ ଯାଇ ଓଡ଼ିଶାରେ ତ କାମ ନାହିଁ ତୁମେ ଆନ୍ଧ୍ରପ୍ରଦେଶ ଗଲେ ଲକ୍ଷାଧିକ ଟଙ୍କା ଆୟ କରିବ ବୋଲି ପ୍ରବର୍ତ୍ତାଇ ତାଙ୍କୁ ଆରିଫର ଇଟାଭାଟି ଆନ୍ଧ୍ର ପ୍ରଦେଶକୁ ପଠାଇଥିଲା । ପ୍ରମୋଦ ତାଣ୍ତି, ସ୍ତ୍ରୀ ସହ ସେଠାରେ ୩ବର୍ଷର ଛୋଟ ଛୁଆକୁ ରଖି ଗତ ନଭେମ୍ବର ୨୦୨୦ରୁ ପାଖାପାଖି ୭ ମାସ କାମ କଲାପରେ ମାଲିକକୁ ଯେତେବେଳ କାମର ହିସାବ କରି ଟଙ୍କା ମାଗିଲେ ମାଲିକ ଓଲଟା ପ୍ରମୋଦକୁ ଗାଳିଗୁଲଜ କରି ତୋର ସର୍ଦ୍ଧାର ତୋ ନାମରେ ୧ ଲକ୍ଷ ଟଙ୍କା ନେଇଛି ବୋଲି ଧମକ ଦେଇଥିଲା । ପ୍ରମୋଦକୁ ସର୍ଦ୍ଧାର ଗୋବିନ୍ଦ ସୁନା ଟଙ୍କା ଟିଏ ଦେଇ ନଥିବାରୁ ସେମାନେ ଏହାର ପ୍ରତିବାଦ କରି ପ୍ରମୋଦ ତାଙ୍କ ପରିବାରକୁ ଧରି ଗାଁକୁ ଫେରିବା ପାଇଁ କହିଥିଲେ । ଏଥିରେ ଉତପ୍ତ ହୋଇ ମାଲିକ ଶ୍ରୀ ଆରିଫ୍ ପାଖରେ ଠିଆ ହୋଇଥିବା ୱାଚମେନକୁ ପ୍ରମୋଦକୁ ପିଟିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ୱାଚମେନ ଅତି ନିର୍ଦ୍ଦୟ ଭାବେ ପ୍ରମୋଦକୁ ଓ ତାଙ୍କ ସ୍ତ୍ରୀକୁ ବାଡିରେ ମାଡମାରି ଆହାତ କଲା । ଏ ଘଟଣା ତା ୧/ ୦୬/୨୦୨୧ ରିଖ ଦିନ ଘଟିଥିବା ବେଳେ ତାପରେ ଲୁଚି ଛପି ପ୍ରାଣ ଭୟରେ ଇଟା ଭାଟିରୁ ଓଡ଼ିଶାକୁ ନିଜ ଗାଁକୁ ଗତ ତା ୬/ ୬/ ୨୦୨୧ ରିଖ ଦିନ ସେମାନେ ଫେରି ଆସି ପାଇକମାଲ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ମନରେଗା କାମ ସବୁ ଆଡେ ମେସିନ ଜରିଆରେ ହେଉଥିବାରୁ ଓଡ଼ିଶାରେ ଲୋକେ କାମଧନ୍ଦା ନ ପାଇ ବାଧ୍ୟ ହୋଇ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ତେଲେଙ୍ଗାନା, ଗୁଜରାଟ ଆଦି ରାଜ୍ୟକୁ ଲୋକେ ଚାଲିଯାଉଛନ୍ତି । ସେଠାରେ ଓଡିଆ ଶ୍ରମିକ ମାନେ ନିର୍ୟ୍ୟାତିତ ହେବାର ଅନେକ ନଜରକୁ ଆସୁଛନ୍ତି ।

yuvodaya
Leave A Reply

Your email address will not be published.