csstore

ୟୁଜିବି ଅଫିସର ଓ କର୍ମଚାରୀ ସଂଘର ୨୧ ଦଫା ଦାବୀ ଦାବି ପୂରଣ ନହେଲେ ଏପ୍ରିଲ ୭, ୮ କାର୍ଯ୍ୟ ବନ୍ଦ : ୧୫ରୁ ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ଦିନର ଦାବୀ ସତ୍ୱେ ଉକ୍ରଳ ଗ୍ରାମୀଣ ବ୍ୟାଙ୍କ କର୍ତ୍ତୁପକ୍ଷ ଅଫିସର ଓ କର୍ମଚାରୀ ସଂଘର ନ୍ୟର୍ୟ୍ୟ ଦାବି ଗୁଡିକ ଅଣଦେଖା କରିଆସୁଛି । ଦାବି ପୁରଣ ଦିଗରେ କାମ କରିବା ପରିବର୍ତ୍ତେ ଓଲୋଟା ଚିଠି ମାଧ୍ୟମରେ ଧମକ ଦେଉଛି । ବ୍ୟାଙ୍କ କର୍ତ୍ତୁପକ୍ଷ୍ୟ ନିଜର ମନମୁଖି କାର୍ଯ୍ୟକଳାପ ବନ୍ଦ କରି ସଂଘର ଦାବି ଗୁଡିକୁ ଅବିଳମ୍ବେ ପୂରଣ ନକଲେ ସଂଘ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମଚାରୀ ସଂଘ ସଭାପତି ଓ ଅଲ୍‌ ଓଡିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଫେଡେରେସନର ସାଧାରଣ ସଂପାଦକ ପୁଲିନ ମିଶ୍ର ପ୍ରକାଶ କରିଛନ୍ତି । ଅଫିସର ସଂଘ ସାଧାରଣ ସଂପାଦକ ପଦ୍ମଲୋଚନ ସାହୁ ପ୍ରାୟୋଜିତ ବ୍ୟାଙ୍କର ଆସୁଥିବା ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପକୁ ସମାଲୋଚନା କରି ଆଗାମୀ ଦିନରେ ଯଦି କର୍ତୃପକ୍ଷ ନିଜର ଆଭିମୁଖ୍ୟରେ ପରିବର୍ତନ ନ ଆଣି, ବ୍ୟାଙ୍କ ଓ ବ୍ୟାଙ୍କ କର୍ମଚାରୀଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆସନ୍ତା ତା.୦୭.୦୪.୨୦୨୫ ଓ ୦୮.୦୪.୨୦୨୫ ଦିନ ସମସ୍ତ କର୍ମଚାରୀ ଓ ଅଫିସର ଦୁଇ ଦିନ କାର୍ଯ୍ୟ ବନ୍ଦ କରିବେ ଓ ତା.୧୫.୦୪.୨୦୨୫ ରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ସଂଘ ଗତ ୩୧.୦୧.୨୦୨୫ ଦିନ କର୍ତ୍ତୁପକ୍ଷ୍ୟଙ୍କୁ ଏକ ୨୧ ଦଫା ସମ୍ମିଳିତ ଦାବିପତ୍ର ପ୍ରଦାନ କରିଛି । ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବଦଳି ନୀତି ପ୍ରଣୟନ, ସିଙ୍ଗଲ କଷ୍ଟଡି ସିଷ୍ଟମର ପ୍ରତ୍ୟାହାର, ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା, ବ୍ୟାଙ୍କ ପ୍ରୟୋଜିତ ଛୁଟି ନିୟମକୁ ପାଳନ କରିବା, ବ୍ୟାଙ୍କ କର୍ମଚାରୀମାନଙ୍କ ଚାକିରି ସର୍ତାବଳୀ ଅନୁସାରେ ଚାକିରୀର ସମୟ ନିର୍ଦ୍ଧାରଣ କରିବା । ଅନୁକମ୍ପା ମୁଳକ ନିଯୁକ୍ତି ପ୍ରଦାନ କରିବା, ମିତ୍ର କମିଟିର ପ୍ରସ୍ତାବ ମୁତାବକ ଷ୍ଟାଫ ନିଯୁକ୍ତି ଦେବା । ସମସ୍ତ ହ୍ୱାଟସ୍‌ଅଫ ଗ୍ରୁପ ବନ୍ଦ କରିବା, ବାଧ୍ୟତାମୂଳକ ଛୁଟି ନିୟମ ଅନୁସାରେ ସମସ୍ତ କର୍ମଚାରୀଙ୍କ ଛୁଟି ପ୍ରଦାନ, ଶାଖା ପରିଚାଳକମାନଙ୍କ ଖର୍ଚ୍ଚ ବହନ ସୀମା ବୃଦ୍ଧି କରିବା, ୨୦ କିମି ରୁ ଅଧିକ ଡେପୁଟେସନ ବନ୍ଦ କରିବା, ଲଗ ଇନ୍‌ ଦିନ ବନ୍ଦ କରିବା ଆଦି ରହିଛି ।

jayashree
Leave A Reply

Your email address will not be published.