ମଦନପୁରଠାରେ ଏମ୍‌ସିସି ନକ୍‌ଆଉଟ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

  • ଗୋଟିଏ ଦିନରେ ତିନୋଟି ମେଚ
  • ଡି. କରଲାଖୁଣ୍ଟା ଦଳ କଲା ସେମି ଫାଇନାଲକୁ ପ୍ରବେଶ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରଠାରେ ଏମ୍‌ସିସି ନକ୍‌ଆଉଟ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଆଶାନ୍ତ ୨୨ ରବିବାର ଦିନ ଫାଇନାଲ ମେଚ ହେବ । ସ୍ଥାନୀୟ ପାଟଖଣ୍ଡା ମନ୍ଦିରରୁ ମଶାଲ ଯାତ୍ରାରେ ବହୁ ସଂଖ୍ୟାରେ ଖେଳାଳି, ଖେଳ ପ୍ରେମୀ, ଅତିଥିମାନେ ବାଦ୍ୟ, ନୃତ୍ୟ ତାଳେ ତାଳେ ଆସି ଖେଳ ପଡ଼ିଆରେ ସ୍ଥାପନ କଲା ପରେ ପ୍ରଥମ ମେଚ୍‌ରେ ତେରେସିଙ୍ଗା ପ୍ରଥମ ବେଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୯ ଉଇକେଟରେ ୭୧ ରନ୍‌ ସଂଗ୍ରହ କରିଥିଲେ । ଡି. କରଲାଖୁଣ୍ଟା ଦଳ ୯.୨ ବଲରେ ୪ ଉଇକେଟ ବିନିମୟରେ ବିଜୟ ଲାଭ କରିଥିଲେ ।ଦ୍ୱିତୀୟ ଇନିସରେ ରିଷିଡା ଦଳ ପ୍ରଥମେ ବେଟିଙ୍ଗ କରି ନିର୍ଦ୍ଧାରିତ ୮ ଓଭରରେ ୮ ଉଇକେଟରେ ୫୨ ରନ କରିଥିଲେ । ବିପକ୍ଷରେ ଅଲାତରା ଦଳ ୫ ଓଭରରେ ୬ ଉଇକେଟରେ ବିଜୟ ହୋଇଥିଲେ, ତୃତୀୟ ଇନିଙ୍ଗ୍‌ସରେ ଉଭୟ ବିଜୟ ଦଳ ମଧ୍ୟରେ ଅଲାତରା ପ୍ରଥମେ ବେଟିଙ୍ଗ୍‌ କରି ୮ ଓଭରରେ ୭ ଉଇକେଟରେ ୫୪ ରନ ସଂଗ୍ରହ କରିଥିବା ବେଳେ ଡି. କରଲାଖୁଣ୍ଟା ୫ ଓଭର ୨ ବଲରେ ୭ ଉଇକେଟ ବିନିମୟରେ ବିଜୟ ଲାଭ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଉକ୍ତ ମେଚ୍‌ରେ ବିରେନ୍ଦ୍ର ବାହୁକ ଓ ଚିତ୍ତ ରଞ୍ଜନ ପୁଝାରି ଖେଳ ପରିଚାଳନା କରିଥିବା ବେଳେ ଦୁର୍ଯ୍ୟୋଧନ ଗହୀର, ବବଲୁ ଗହୀର ଓ ପ୍ରଶାନ୍ତ ରଣା ସ୍କୋର ବୋର୍ଡ ଓ ରାଜେନ୍ଦ୍ର କୁମାର ଧାରା ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଳତା ଧାରୁଆ, ସମ୍ମାନିତ ଅତିଥି ଭାବେ ମଦନପୁର ସରପଞ୍ଚ କେତକୀ ଦଣ୍ଡିଆ, ସମାଜସେବୀ ବିକାଶ ରଞ୍ଜନ ସିଙ୍ଗଦେଓ, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା, ସିଇଓ କାର୍ଯ୍ୟକ୍ରମ ପରିଚାଳକ ଅସିତ ବରଣ ବେହେରା, ମହିଳା ମହାସଙ୍ଗ ସଭାନେତ୍ରୀ ସିମନ୍ତିନି କପାଟ, ସାମ୍ବାଦିକ ପ୍ରଦୀପ କୁମାର ସାହୁ, ସନ୍ତୋଷ କୁମାର ଦଣ୍ଡସେନା ଯୋଗଦାନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଏମ୍‌ସିସିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.