ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଆସନ୍ତା ମଇ ୭ ତାରିଖରୁ

  • ଏପ୍ରିଲ ୧୨ ତାରିଖରେ ଖେଳାଳୀ ଚୟନ
  • ପାଞ୍ଚୋଟି ଦଳର ଆଇକନ ଖେଳାଳୀ ଘୋଷିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡର ଚର୍ଚ୍ଚିତ ଦିବା ରାତ୍ର କ୍ରିକେଟ ପ୍ରତିଯୋଗିତା ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ (ବି. ଡି. ପି.ଏଲ) କ୍ରିକେଟ ପ୍ରତିଯୋଗିତା ଆସନ୍ତା ମଇ ୭ ତାରିଖରୁ ଆରମ୍ଭ ହୋଇ ମଇ ୧୪ ତାରିଖ ଫାଇନାଲ ଖେଳ ସହ ସମ୍ପନ୍ନ ହେବ ବୋଲି ଗତକାଲି ଅନୁଷ୍ଠିତ ଜିଲ୍ଲା କ୍ରିକେଟ୍ ଏସୋସିଏସନ୍‌ ବୈଠକରେ ଚୁଡାନ୍ତ ନିଷ୍ପତ୍ତି ହୋଇଥିଲା । ସଭାପତି ହରିହର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପାଞ୍ଚୋଟି ଦଳର ଆଇକନ ଖେଳାଳୀ ମଧ୍ୟ ମନୋନୀତ ହୋଇଥିଲେ । ସମସ୍ତ ଫ୍ରାଞ୍ଚାଇଜିଙ୍କ ଉପସ୍ଥିତିରେ ଡ୍ର ମାଧ୍ୟମରେ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ ରୟାଲ ଟାଇଗର ପାଇଁ ଦେବେନ୍ଦ୍ର କୁଁଅର୍, ୟୁନାଇଟେଡ ଡ୍ରିମ୍ ଇଲେଭେନ ପାଇଁ ପ୍ରବୀଣ ଲୁହା, ବରଗଡ ସ୍ପାରଟନସ ପାଇଁ ରୂପକ ପ୍ରଧାନ, ଅତାବିରା ହୁଆଇଟ ହର୍ଷ ପାଇଁ ମହମ୍ମଦ ସଲିମ ଓ ସିଂ ୱାରିଅରସ ପାଇଁ ରାହୁଲ ଚୌଧୁରୀ ମନୋନୀତ ହୋଇଛନ୍ତି ବୋଲି ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ ୧୨ ତାରିଖ ଦିନ ସମସ୍ତ ଦଳ ପାଇଁ ଖେଳାଳୀ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏଥି ସକାଶେ ଜିଲ୍ଲାର ୨୦୦ ଖେଳାଳୀ ଆବେଦନ କରିଛନ୍ତି । ଟି ୨୦ ଫର୍ମାଟରେ ଫ୍ଲଡ଼ ଲାଇଟ୍‌ରେ ଧଳା ବଲ୍ ଓ ରଙ୍ଗୀନ ପୋଷାକର ବ୍ୟବହାରରେ ଏହି ପ୍ରତିଯୋଗିତାର ଆୟୋଜନ ପୂର୍ବପରି କରାଯିବ । ଏହି ବୈଠକର ସାଧାରଣ ସମ୍ପାଦକ ରବି ପଣ୍ଡାଙ୍କ ସମେତ, ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ପୁର୍ବତନ ସାଧାରଣ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ପ୍ରଦୀପ ନନ୍ଦ, ଅମିୟ ଭୂଷଣ ସାହୁ, ପ୍ରଦୀପ ସାହୁ, ସୌର୍ଯ୍ୟ ରଞ୍ଜନ ରାୟ ପ୍ରମୁଖ ସଦସ୍ୟ ଓ ବରଗଡ ରୟାଲ ଟାଇଗରରୁ ସୁବ୍ରତ ମିଶ୍ର, ପ୍ରଶାନ୍ତ ସାହୁ, ଅତାବିରା ହୁଆଇଟ ହର୍ଷରୁ ନନ୍ଦନ ମହାନନ୍ଦ, ବରଗଡ ସ୍ପାରଟନର ଦେବଦତ୍ତ ମିଶ୍ର, ସେକ ନସିମୁଦ୍ଦିନ, ୟୁନାଇଟେଡ ଡ୍ରିମ୍ ଇଲେଭେନର ସେକ ଶବଦର ଓ ସିଂ ୱରୀୟରସର ସେକ ବସିମ୍ ରାଜା ଓ ରଞ୍ଜିତ ସିଂ ଉପସ୍ଥିତ ଥିଲେ ।

Leave A Reply

Your email address will not be published.