ଭୁବନେଶ୍ୱରରେ ପହଞ୍ଚିଲା କୋରୋନା ଟିକା

ଭୁବନେଶ୍ୱର : ରାଜ୍ୟ ପାଇଁ ଖୁସି ଖବର । ଭୁବନେଶ୍ୱରରେ ପହଞ୍ଚିଲା କୋରୋନା ଟିକାର ପ୍ରଥମ ବ୍ୟାଚ । ପୁଣେରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ଟିକା ପହଞ୍ଚିଛି । କଡା ସୁରକ୍ଷା ବଳୟ ଭିତରେ ରାଜ୍ୟ ଭ୍ୟାକ୍ସିନ ଷ୍ଟୋରକୁ କୋଭିସିଲ୍ଡ ନିଆଗଲା । ପ୍ରଥମ ଦଫାରେ ରାଜ୍ୟକୁ ଟିକାର ୪ ଲକ୍ଷ ୮୦ ହଜାର ଡୋଜ୍‌ ଆସିଛି । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ସାରା ଦେଶକୁ କରୋନା ଟିକା ପଠାଯାଉଛି । ସାରା ଦେଶରେ ସ୍ପାଇସଜେଟ ବିମାନରେ ୪୫୬ଟି ବକ୍ସରେ ମୋଟ ୧୪ ହଜାର ୫୯୨ ଟନ୍‌ ଓଜନର ଟିକା ପଠାଯାଇଛି । ଏଥିସହ ଅନ୍ୟ ବିମାନରେ ଚେନ୍ନାଇ, ଚଣ୍ଡୀଗଡ, କୋଲକାତା, ଗୁଜରାଟ, ହାଇଦ୍ରାବାଦ, ବିଜୟୱାଡା, ଭୁବନେଶ୍ୱର, ଗୌହାଟୀ, ବେଙ୍ଗଳୁରୁ, ପାଟନା ଏବଂ ଲକ୍ଷ୍‌ନୋକୁ ଟିକା ପଠାଯାଇଛି । ଦେଶରେ ଦୁଇଟି କୋଭିଡ୍‌ ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।

Leave A Reply

Your email address will not be published.