ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦିନକୁ ଦିନ ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷକରି, ଜିଲ୍ଲାର ସବୁଠି ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ସହ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଯାଇଛି । ଆଜିସୁଦ୍ଧା ଜିଲ୍ଲାରେ ୬୦୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୬ଜଣ ନୂଆଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଷ୍ଟାଫର ୨ଜଣ ସଂପର୍କୀୟ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା କୋର୍ଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା କୋର୍ଟକୁ ସୋମବାର ଯାଏଁ ସଟ୍ ଡାଉନ୍ କରି ଦିଆଯାଇଛି । ତେବେ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଲକ୍ଷଣହୀନ ଆକ୍ରାନ୍ତଙ୍କୁ ହୋମ ଆଇସୋଲେସନରେ ରଖି ଚିକିତ୍ସା ସେବା ଦିଆଯାଉଛି । ବର୍ତ୍ତମାନ ଜିଲ୍ଲାର ୯୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ସିଲ୍ କରିଦିଆଯାଇଛି ।

Leave A Reply

Your email address will not be published.