ବିନିକା, ଉଲୁଣ୍ଡା, ସୁବର୍ଣ୍ଣପୁର ସମେତ ବୀରମହାରାଜପୁର ବ୍ଲକର ଶତାଧିକ ନଦୀକୂଳିଆ ଗାଁକୁ ପାଣି ଘେରିଲା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ହୀରାକୁଦ ଡ୍ୟାମରୁ ଆଜି ମଧ୍ୟାହ୍ନ ସୁଦ୍ଧା ୩୨ଟି ସ୍ଲୁଇସ୍ ଗେଟ୍ ରେ ବନ୍ୟାପାଣି ଛଡାଯିବା ଫଳରେ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଜିଲ୍ଲାରେ ପ୍ରବାହିତ ମହାନଦୀର ବଢି ଯୋଗୁଁ ପ୍ରାୟ ୩୦ଟି ଗାଁକୁ ବନ୍ୟାପାଣି ଘେରି ରହିଥିବାବେଳେ ବିନିକା, ଉଲୁଣ୍ଡା, ସୁବର୍ଣ୍ଣପୁର ସମେତ ବୀରମହାରାଜପୁର ବ୍ଲକର ଶତାଧିକ ନଦୀକୂଳିଆ ଗାଁକୁ ପାଣି ଘେରିବା ଆରମ୍ଭ କରିଛି । ଏମିତି ପରିସ୍ଥିତିରେ ମହାନଦୀର ତୁଡା ବଢିପାଣିରେ ସୁବର୍ଣ୍ଣପୁର-ବୀରମହାରାଜପୁରକୁ ସଂଯୋଗ କରୁଥିବା କୁଲଥି ଯୋର ଉପରେ ୬ଫୁଟର ପାଣି ପ୍ରବାହିତ ହେବା ଫଳରେ ଏହି ରାସ୍ତାରେ ଗମନାଗମନ ବ୍ୟାହତ ହୋଇଛି । ଠିକ୍ ସେହିପରି,ସୁବଳୟା ପାଖ ବାଉରୀ ଯୋର ଉପରେ ୫ଫୁଟ ପାଣି ଯୋଗୁଁ ବୀରମହାରାଜପୁର-ରେଢାଖୋଲ ଓ ବୌଦ୍ଧକୁ ଯାତାଯାତ ବନ୍ଦ ରହିଛି । ଅନ୍ୟପକ୍ଷରେ ଗଲା ତିନିଦିନ ହେଲା ଘୁଂଗି ଯୋର ପୋଲ ଉପରେ ୫ଫୁଟ ବଢିପାଣି ହେତୁ ବୀରମହାରାଜପୁର ରୁ ମୋଚିବାହାଲ ଓ ରେଢାଖୋଲକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଖାଲି ସେତିକି ନୁହେଁ, ମହନଦୀ, ତେଲ, ସୁକତେଲ, ଅଂଗ, ହରିହର ଓ ସୁରୁବାଲି ନଦୀର ବନ୍ୟାପାଣିରେ ଶହ ଶହ ହେକ୍ଟର ଚାଷଜମି ୨ଦିନ ହେଲା ପାଣିରେ ବୁଡି ରହିଛି ।

Leave A Reply

Your email address will not be published.