ରାଜେନ୍ଦ୍ର କଲେଜ ବିଶୋଧିକରଣ ପାଇଁ ଦାବୀ ଜଣାଇଲା ଛାତ୍ର କଂଗ୍ରେସ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ରାଜେନ୍ଦ୍ର କଲେଜର ସମ୍ପୂର୍ଣ ବିଶୋଧିକରଣ ପାଇଁ ପୌର ଅଧିକାରୀ ବିପିନ ଦୀପଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛି । ଆଗାମୀ ଦିନରେ ବିଭିନ୍ନ ଶ୍ରେଣୀ ପାଇଁ ଏଡ଼ମିଶନ ତଥା ପରୀକ୍ଷା ସ୍ଥିର ହୋଇସାରିଥିବା ବେଳେ ଏଯାଏଁ କଲେଜ ବିଶୋଧିକରଣ ନ ହୋଇ ପାରିବା ଛାତ୍ରଛାତ୍ରୀ ମାନଙ୍କ ପକ୍ଷେ ଘାତକ ହେବ ବୋଲି ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସହରରେ କରନା ମୁକାବିଲା ପାଇଁ ବିଭିନ ଚକିତ୍ସା କେନ୍ଦ୍ର ତଥା ସଙ୍ଗରୋଧ କେନ୍ଦ୍ର ମାନ ଖୋଲା ଯାଇଥିଲା । ସେହି କ୍ରମରେ ରାଜେନ୍ଦ୍ର କଲେଜର ତିନୋଟି ଛାତ୍ରାବାସକୁ ମଧ୍ୟ ଏହି କାମରେ ବ୍ୟବହାର କରାଯାଇଥିଲା । ଆଜି ଯାଏଁ ଏହାକୁ ବିଶୋଧନ କରାଯାଇ ନାହିଁ । ତେବେ ଆଗାମୀ ଦିନରେ ବିଭିନ୍ନ ଶ୍ରେଣୀର ପରୀକ୍ଷା ଓ ଏଡ଼ମିଶନ ଥିବା ବେଳେ ଅନେକ ଛାତ୍ରଛାତ୍ରୀ ଏଥିରେ ଭାଗ ନେବେ । ଯଦି ଏହା ପୂର୍ବରୁ ତିନୋଟି ଯାକ ଛାତ୍ରାବାସ ଓ କଲେଜର ବିଶୋଧନ କରା ନଯାଏ ତେବେ ସେମାନେ କରୋନା ମହାମାରୀରେ ଗ୍ରସିତ ହେବା ଯଥେଷ୍ଟ ଆଶଙ୍କା ରହିଛି । ଯାହା ଉକ୍ତ ଛାତ୍ରଛାତ୍ରୀ, ଅଭିଭାବକ ତଥା କଲେଜ କର୍ମଚାରୀଙ୍କ ପାଇଁ ଘାତକ ହେବ। ତେଣୁ ଯଥାଶୀଘ୍ର ତିନୋଟି ଯାକ ଛାତ୍ରାବାସ ଓ କଲେଜର ସମ୍ପୂର୍ଣ୍ଣ ବିଶୋଧିକରଣ ଆବଶ୍ୟକ ବୋଲି ଛାତ୍ର କଂଗ୍ରେସ ଦାବୀ କରିଛି । ଏହି ଅବସରରେ ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ସମେତ ଅଜିତ ମହନନ୍ଦ, ସୁମିତ ପଟନାୟକ, ରୋଶନ ମିଶ୍ର, ଟୁଲୁ ସେନ, ଗୋବିନ୍ଦ ଜାଲ, ସୁମନ୍ତ ବିଭାର, ନିରଞ୍ଜନ ମିଶ୍ର ଓ ହରିଶ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.