jsm

ଜେଇଇ ଓ ନିଟ୍ ପରୀକ୍ଷାକୁ ସ୍ଥଗିତ କରିବା ପାଇଁ ଯୁବ କଂଗ୍ରେସର ବିକ୍ଷୋଭ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ମୁତାବକ ଆସନ୍ତା ସେପ୍ଟେମ୍ବର ମାସରେ ଜେଇଇ ଓ ନିଟ ପରୀକ୍ଷା ହେବାକୁ ଯାଉଛି । କିନ୍ତୁ ଏପଟେ ଓଡିଶାରେ କରୋନା ଉତ୍ପାତ ଥମି ନଥିବା ବେଳେ ଆହୁରି ପ୍ରବଳ ବର୍ଷା ସାଙ୍ଗକୁ ବଢିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ଏଭଳି ସମୟରେ ଛାତ୍ରଛାତ୍ରୀ ଶହ ଶହ କିଲୋମିଟର ବିନା ସୁବିଧାରେ ଭ୍ରମଣ କରି ପରୀକ୍ଷା ଦେବା ତାଙ୍କ ପାଇଁ ବିପଦଜନକ ତଥା ଅବିଭାବକଙ୍କ ପକ୍ଷେ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିବା ସହ ଆଜି ବଲାଙ୍ଗିର ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତାସହ ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଥିବା ଜେଇଇ ଓ ନିଟ୍ ପରୀକ୍ଷାକୁ କୋଭିଡ ମହାମାରୀ ନିୟନ୍ତ୍ରଣ ନହେବା ଯାଏଁ ସ୍ଥଗିତ ରଖିବାକୁ ଦଳ ତରଫରୁ ଦାବୀ କରାଯାଇଛି । ଏହି ପ୍ରରିପ୍ରେକ୍ଷୀରେ ଯୁବ କଂଗ୍ରେସ ସଭାପତି ଶ୍ରୀ ମିଶ୍ର କହିଛନ୍ତି ଯେ, ମୋଦି ସରକାର ଏଭଳି ଭୟଙ୍କର କରୋନା ମହାମାରୀ ସମୟରେ ପରୀକ୍ଷା କରାଇ ଛାତ୍ରଛାତ୍ରୀଙ୍କୁ ମୃତ୍ୟୁମୁଖକୁ ଠେଲି ଦେବା ପାଇଁ ପ୍ରୟାସ କରୁଛନ୍ତି । ତେଣୁ ବଲାଙ୍ଗିର ଯୁବ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିବା ସହ ସମସ୍ତ ପରୀକ୍ଷା ସ୍ଥଗିତ କରାଇବା ପାଇଁ ଦାବୀ ଜଣାଇଛନ୍ତି । ଜିଲ୍ଲା ଯୁବ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭ ସଭାରେ ଅନ୍ୟ ଦଳୀୟ ନେତାମାନଙ୍କ ମଧ୍ୟରେ ଉମାଶଙ୍କର ପଣ୍ଡା, ମନିଷ ମିଶ୍ର, ଅଜୟ ବାଲି, ଚନ୍ଦ୍ରମଣି ତ୍ରିପାଠୀ, ଛାତ୍ର କଂଗ୍ରେସ ସଭାପତି ଅଂକିତ ସାହୁ, ଲୋପନ ମିଶ୍ର, ଅବିନାଶ ସାଏ, ସଂଜୀବ ବେହେରା, ମୁନା ନନ୍ଦ, ପ୍ରକାଶ ସାହୁ, ବ୍ରଜକିଶୋର ସେଠି, ପବିତ୍ର ନେପାକ, ନାସିର ଖାନ, ଟୁଲୁ ସେନ, ରୋଶନ ମିଶ୍ର, ସୁମିତ ପଟନାୟକ, ମଧୁ ନାଗ, ନିରଞ୍ଜନ ମିଶ୍ର, ଗୋବିନ୍ଦା ଜାଲ, ହରିଶ ନାଗ, ଅଜିତ ମହାନନ୍ଦ ଓ ସୁମନ୍ତ ବିଭାର ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.