csstore

ବଲାଙ୍ଗିର ଜିଲ୍ଲାରେ ଆଜି ପୁଣି ୬୮ : ବଲାଙ୍ଗିର ପୌରାଂଚଳରୁ ୨୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ପୁଣି ୬୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୭ ଜଣ ସାମିଲ୍‌ ଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ରୁଗୁଡ଼ିପଡ଼ାରୁ ୨, ସାଗରପଡ଼ାରୁ ୨, ପ୍ରତାପସାଗରପଡ଼ାରୁ ୧, କଦମପଡ଼ାରୁ ୨, ବରପାଲିପଡ଼ାରୁ ୨, ତୁଲସୀନଗରରୁ ୧, ରାଧାରାଣୀପଡ଼ାରୁ ୨, ନେହେରୁନଗରରୁ ୧, ବେହେରାପାଲିରୁ ୨, ଚିମନିଭାଟିପଡ଼ାରୁ ୧, ଆଦର୍ଶପଡ଼ାରୁ ୧, ଶାନ୍ତିପଡ଼ାରୁ ୧, ପେଲେସଲାଇନ୍‌ରୁ ୫, ମାଲପଡ଼ାରୁ ୨, ରେଲୱେଷ୍ଟେସନ୍‌ରୁ ୧ ଓ ସୁଦପଡ଼ାରୁ ୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗ୍ରାମାଂଚଳରୁ ବଲାଙ୍ଗିର ବ୍ଲକ୍‌ କଖାଲରୁ ୩, ପାଟଣାଗଡ଼ ବ୍ଲକ୍‌ ଭଇଁସାରୁ ୫, କାଉଡ଼ିଆରୁ ୨, ପାଟଣାଗଡ଼ ଏନ୍‌ଏସି ମାର୍କଣ୍ଡ ବନ୍ଧରୁ ୧, ପାଟଣାଗଡ଼ ବ୍ଲକ୍‌ ସରମୁହାଣରୁ ୧ ଓ ଟେଣ୍ଡାପଦରରୁ ୨, ଗୁଡ଼ଭେଲା ବ୍ଲକ୍‌ ତୁଷୁରାରୁ ୩, କଂଟାବାଂଜିରୁ ୬, ପୁଇଁନ୍ତଲା ବ୍ଲକ୍‌ ଭରତବାହାଲରୁ ୧, ବଲାଙ୍ଗିର ବ୍ଲକ୍‌ ଖୁଜେନପାଲିରୁ ୧ ଓ ଚନ୍ଦନଭାଟିରୁ ୧, ପାଟଣାଗଡ଼ ଏନ୍‌ଏସି ରାମପୁରରୁ ୪, ଟିଟିଲାଗଡ଼ ମ୍ୟୁନିସିପାଲିଟିରୁ ୭ ପଜିଟିଭ୍‌ ବାହାରିଛନ୍ତି । ଆଜି ଜଣେ ପୁରୁଷ ଓ ଦୁଇ ଜଣ ମହିଳା କୋଭିଡ଼୍‌ ଯୋଦ୍ଧା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତ ମଧ୍ୟ ପ୍ରଦତ୍ତ ତାଲିକାରେ ସାମିଲ୍‌ ରହିଥିବା କୁହାଯାଇଛି । ବଲାଙ୍ଗିରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୮୭ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୧୦୨୬ ଜଣ ସୁସ୍ଥ ହୋଇଥିବା ଖବର ରହିଛି ।

jayashree
Leave A Reply

Your email address will not be published.