ଟ୍ରକ ଓ ବାଇକ ଧକ୍କା : ବାପ ଓ ପୁଅ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଥାନା ଅଞ୍ଚଳରେ ଟ୍ରକ୍ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାପ ଓ ପୁଅ ଦୁହିଙ୍କ ମୃତ୍ୟୁ ହୋଇଛି । ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବୀରେ ଉତ୍ୟକ୍ତ ଲୋକେ ନଂ.୫୭ ଜାତୀୟ ରାଜପଥକୁ ଅବରୋଧ କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ବାଉଁଶୁଣୀ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ସୂଚନା ଅସୁସାରେ ଜୁରାମୁଣ୍ଡା ଗ୍ରାମର ସୁଧୀର ଦାସ ତାଙ୍କ ୨ପୁଅକୁ ନେଇ ବାଇକରେ କୌଣସି କାମରେ ସାହାଜପାଲ ଅଭିମୁଖେ ଯାଉଥିବା ବେଳେ ସୋନପୁର ପଟରୁ ବୌଦ୍ଧ ଅଭିମୁଖେ ଯାଉଥିବା ଏକ ଦୃତଗାମୀ ଟ୍ରକ୍ ସିଙ୍ଗିରୀ ଢାବା ନିକଟରେ ବାଇକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାପ ଓ ସାନ ପୁଅର ମୃତ୍ୟୁ ହୋଇଥିବା ବେଳେ ବଡ ପୁଅ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକୁ ବାଉଁଶୁଣୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇ ଫେରାର ମାରୁଥିବା ଟ୍ରକ୍ ତାଳସରଡା ନିକଟରେ ଆଉ ଏକ ଇଣ୍ଡିକା ଗାଡିକୁ ଧକ୍କା ଦେଇ ଫେରାର ମାରୁଥିବା ବେଳେ ସାହାଜପାଲରେ ତାକୁ ଅଟକ୍ ରଖାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.