କରୋନା ପଜିଟିଭ ଚିହ୍ନଟ ପରେ ଘଣ୍ଟାପଡାକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

ବୌଦ୍ଧ(ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ଗ୍ରାମରୁ ଗତକାଲି ୪ ଜଣ କରୋନା ପଜିଟିଭ ଟିହ୍ନଟ ହେବାପରେ ଘଣ୍ଟାପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର ପ୍ରସାଦ ଦେହୁରୀ ଜିଲ୍ଲାପାଳ କ୍ଷମତା ଉପଯୋଗ କରିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ଘଣ୍ଟାପଡା ଗ୍ରାମକୁ ୩ ଦିନ ପାଇଁ ସର୍ଟ ଡାଉନ୍‌ ଘୋଷଣା କରିଥିବା ଜଣାପଡିଛି । ଆଜି ସକାଳ ୭ ଘଣ୍ଟା ଠାରୁ ୩୧ ତାରିଖ ସକାଳ ୭ ଘଣ୍ଟା ଯାଏ ଘଣ୍ଟାପଡା ଗ୍ରାମ, ବଜାର ଛକ, ହସପିଟାଲ ଛକ ଓ ପୋଡାପଦର ଗ୍ରାମକୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ସଟ୍‌ଡାଉନ୍‌ ସମୟରେ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସରକାରୀ ଓ ବେସରକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ଗୁଡିକ ସଂପୂର୍ଣ୍ଣ ବନ୍ଦ ରହିବ କେବଳ ଅତ୍ୟାବଶ୍ୟକ ଜରୁରୀ ସେବା ଯଥା ଔଷଧ ଦୋକାନ, ଶିଶୁ ଖାଦ୍ୟ, ପେଟ୍ରୋଲ୍‌ ଓ ରନ୍ଧନ ଗ୍ୟାସ ଆଦିକୁ ସଟ୍‌ଡାଉନରୁ ବାଦ ଦିଆଯାଇଛି । ଉକ୍ତ ସମୟ ମଧ୍ୟରେ ଅତି ଆବଶ୍ୟକ ନହେଲେ କେହି ଘରୁ ନ ବାହାରିବାକୁ ଓ ଅଧିକ ଲୋକ ଏକାଠି ନ ହେବାକୁ ସରପଞ୍ଚ ଜିତେନ୍ଦ୍ର ଦେହୁରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.