ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁଙ୍କ ପରଲୋକ

ଦେଓଗାଁ: ଦେଓଗାଁ ବ୍ଲକ୍ ଉପରଝର ଗାଁର ପୂର୍ବ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ (୭୩ବର୍ଷ)ଙ୍କ ବୁଧବାର ରାତିରେ ତାଙ୍କ ବାସଭବନରେ ପରଲୋକ ଘଟିଛି। ସେ କିଛିଦିନ ହେଲା ଅଜଣା ରୋଗରେ ପଡିଥଲେ । ଉପରଝର ଅଞ୍ଚଳର ବିଶିଷ୍ଟ ଲୋକମାନେ ଶେଷ ଦର୍ଶନ କରିଥିଲେ। ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ଼ପୁଅ ମଦନ ମୋହନ ମଖାଗ୍ନି ଦେଇଥିଲେ। ଶେଷ ସମୟରେ ପୁଅ ମଦନ ମୋହନ ସାହୁ ଓ ସ୍ୱର୍ଗତ ସାହୁ ବହୁ ବର୍ଷରୁ ମକୁନ୍ଦପୁର, କୁଶଙ୍ଗ, ଲୁହରେନପାଲି ଆଲବିନ୍ଦ, ଉପରଝର ପ୍ରାଥମିକ ସ୍କୁଲରେ ଶିକ୍ଷାଦାନ କରିଥିଲେ। ବହୁ ବର୍ଷ ଧରି ଉପରଝର ସ୍କୁଲରେ ଶିକ୍ଷକତା କରି ୨୦୦୬ରେ ଅବସର ନେଇଥିଲେ। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଉପରଝର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.