jayashree

ବଲାଙ୍ଗିର ସିଭିଲ କୋର୍ଟ ମୁଖ୍ୟ କିରାଣୀ ପଞ୍ଚାନନ ପଟ୍ଟନାୟକ ଓ ଜିଲ୍ଲା ଜଜ୍‌ କୋର୍ଟ ପେସ୍କାର କୃଷ୍ଣ ପ୍ରସାଦ ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସିଭିଲ କୋର୍ଟ ମୁଖ୍ୟ କିରାଣୀ ପଞ୍ଚାନନ ପଟ୍ଟନାୟକ ଓ ଜିଲ୍ଲା ଜଜ୍‌ କୋର୍ଟ ପେସ୍କାର କୃଷ୍ଣ ପ୍ରସାଦ ମିଶ୍ର ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ସିଭିଲ କୋର୍ଟ ପରିସରରେ ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଦୌରାଜଜ୍‌ ଲୋକନାଥ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ଉପଢୈାକନ ସହ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ସଭାକୁ ବରିଷ୍ଠ କର୍ମଚାରୀ ଦୂତିଆ ଦେହୁରୀ ସଂଯୋଜନା କରିଥିଲେ । ଶ୍ରଦ୍ଧାଞ୍ଜଳି ମେହେର ମାନପତ୍ର ପାଠ କରିଥିଲେ । ବରିଷ୍ଠ କର୍ମଚାରୀ ରାଜେନ୍ଦ୍ର ଦାସ ଓ ଜ୍ୟୋତିର୍ମୟୀ ବେଜ୍‌ ତଥା ଅବସରଗ୍ରହଣ କରିଥିବା କର୍ମଚାରୀ ପଞ୍ଚାନନ ପଟ୍ଟନାୟକ ଓ କୃଷ୍ଣ ମିଶ୍ର ପ୍ରମୁଖ ସଭାରେ ଉଦ୍‌ବୋଧନ ଦେଇଥିଲେ । ଏହି ସଭାରେ ବଲାଙ୍ଗିର ସିଭିଲ କୋର୍ଟର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ସଭାରେ ବିଦାୟୀ କର୍ମଚାରୀଙ୍କ ଚାକିରି ଜୀବନରେ ଶୃଙ୍ଖଳିତ ଓ କର୍ମଠ କାର୍ଯ୍ୟଶୈଳୀକୁ ଜିଲ୍ଲା ଜଜ୍‌ ପ୍ରଶଂସା କରିଥିଲେ ଏବଂ ସଂଘର ଅବଦାନକୁ ମଧ୍ୟ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.