ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା : ମହିଳାଙ୍କ ପାଇଁ ୧୫ଟି ଅଧ୍ୟକ୍ଷ ପଦ ସଂରକ୍ଷିତ
ଭୁବନେଶ୍ୱର : ବହୁ ବାଦବିବାଦ ପରେ ପ୍ରକାଶ ପାଇଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା । ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କ ପାଇଁ ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବା ବେଳେ ପଂଚାୟତିରାଜ ବିଭାଗ ପକ୍ଷରୁ ମୋଟ ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ଘୋଷିତ ହୋଇଛି । ସେଥିମଧ୍ୟରୁ ୧୫ଟି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ୩ ଅଧକ୍ଷ ପଦ ମହିଳାଙ୍କୁ ମିଳିବ । ଅନୁସୂଚିତ ଜାତିଙ୍କ ପାଇଁ ୫ଟି ସ୍ଥାନରେ ସଂରକ୍ଷିତ ରଖାଯାଇଛି । ୧୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି ।