centurian jitm

ଝରକା ତାଡି ଚୋରି କରି ନେଇଥିବା ଅଭିଯୋଗ

nschool

କଟକ : କଟକ ବିଡାନାସୀ ଥାନା ଅନ୍ତର୍ଗତ ଚହଟା ଲେନ ୱାନରେ ଗୋଟିଏ କି ଦୁଇଟି ନୁହେଁ ଏକାବେଳେ ତିନୋଟି ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ତିନୋଟି ଘରର ଝରକା ତାଡି ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ କଟକ ବିଡାନାସୀ ଥାନା ଅନ୍ତର୍ଗତ ଚହଟା ଲେନ ୱାନରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ଲୁଟ୍ କରିଛନ୍ତି । ଚହଟା ଲେନ ୱାନରେ ରହୁଥିବା ସୁବାଷ ଚନ୍ଦ୍ର ଦାସଙ୍କ ସମେତ ତାଙ୍କର ଦୁଇ ପଡୋଶୀ ଘରର ଝରକା କାଟି ଲୁଟ କରିଛନ୍ତି । ଦୁର୍ବୃତ୍ତମାନେ ନଗଦ ଟଙ୍କା ସହ ଆଲମୀରାରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି କରିଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଅଭିଯୁକ୍ତଙ୍କ ପତ୍ତା ପାଇନଥିବା ଜଣାପଡିଛି ।

Leave A Reply

Your email address will not be published.