pakka

ଚଟୁଅନକା ପ୍ରାଥମିକ ବିଦ୍ୟାଳୟରେ ଚୋରି ଅଭିଯୋଗ

bbehera

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ଥାନା ଚଟୁଅନକା ଗାଁ ମାଝୀପଡ଼ା ପ୍ରାଥମିକ ବିଦ୍ୟାଳୟରେ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ବିଦ୍ୟାଳୟ ବାହାରେ ଠକ୍ ଠକ୍ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଆସି ଦେଖିବା ବେଳକୁ ଅଫିସ ଓ ରନ୍ଧା ଘରର ତାଲା ଭଙ୍ଗା ହୋଇଥିବା କୁହାଯାଇଛି । ଏନେଇ ସେମାନେ ପୋଲିସକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

17 − thirteen =