shyamal

ଟାଟା ପାୱାର ବିରୁଦ୍ଧରେ ଜିଲ୍ଲା ଚାଷୀ ସଂଗଠନର ଚେତାବନୀ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା । ସଭାପତି ଅମୂଲ୍ୟ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମାସିକ ବୈଠକରେ ନୂତନ ସରକାର ଚାଷୀ ପାଇଁ ଧାନ କ୍ୱିଣ୍ଟାଲ ପ୍ରତି ଟ. ୩୧୦୦ର ଘୋଷଣା ପ୍ରତିଶ୍ରୁତି ପୂରଣ ପାଇଁ ଧନ୍ୟବାଦ ଅର୍ପଣ କରି ଆଗାମୀ ଦିନରେ ଚାଷ ଓ ଚାଷୀର ସମସ୍ୟା ପ୍ରତି ଗୁରୁତ୍ୱ ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ପ୍ରତିନିଧିଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଜୟକୃଷ୍ଣ ସାହୁ ବିଦ୍ୟୁତ୍‌ ସମସ୍ୟା ଉପରେ ଆଲୋକପାତ କରି ଟାଟା ପାୱାରର ମନମୁଖୀ ଚାଷୀ ମାରଣ ନୀତି ସ୍ମାର୍ଟ ମିଟର ପ୍ରବର୍ତ୍ତନ, ଅହେତୁକ ବିଦ୍ୟୁତ୍‌ ବିଲ୍‌ ବୃଦ୍ଧି, ଲୋ ଭୋଲ୍ଟେଜ ସତ୍ୱେ ଜୋର ଜବରଦସ୍ତି ବିଲ୍‌ ଆଦାୟ ଇତ୍ୟାଦି ସକାଶେ ନିନ୍ଦା କରିବା ସହିତ ଆଗାମୀ ଦିନରେ ବରଗଡ଼ରୁ ଟାଟା ପାୱାରକୁ ବିତାଡିତ କରିବାକୁ ସମବେତ ଚାଷୀଙ୍କୁ ଅଖଚକ ବନ୍ଦ ଭଳି ନିସ୍ୱତ୍ତି ନେବାକୁ ଆହ୍ୱାନ କରିଥିଲେ । ଆଲୋଚନାରେ ଭାଗ ନେଇ କିଶୋର ଦେବତା ଗଭୀର ନଳ କୂପ ଜଳସେଚନ ପାଇଁ ୨୦୨୧-୨୨ରେ ଆବେଦନ କରିଥିବା ୯୬୦୦ କୂପ ଖନନ ହୋଇଥିଲେ ହେ ଏପର୍ଯ୍ୟନ୍ତ ମାତ୍ର ୩୧୭୦ ୟୁନିଟ୍‌କୁ ବିଦ୍ୟୁତ୍‌ କରଣ ହୋଇଛି ବାକି ୬୪୩୦ ଚାଷୀଙ୍କ ବିଦ୍ୟୁତ୍‌ କରଣ ବିଭିନ୍ନ ଆଳ ଦେଖାଇ ବନ୍ଦ କରିବାର ନିସ୍ଵତି ବିରୁଦ୍ଧରେ ବିଭାଗକୁ ଚେତାବନୀ ଦେଇ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ପାଇଁ ବାଧ୍ୟ ହେବ ବୋଲି ଘୋଷଣା କରିଥିଲେ । ଦୀର୍ଘ ୨୦୨୦ ମସିହାରୁ ବିଭିନ୍ନ ସମୟରେରେ ଧାନ ବିକ୍ରି କରିସାରିଥିବା ଅତାବିରା ବ୍ଲକର ଛଅଜଣ ଚାଷୀଙ୍କ ପ୍ରାପ୍ୟ ଏପର୍ଯ୍ୟନ୍ତ ପାଇନଥିବା ସରକାରୀ ସ୍ତରରେ ଜଣାଇଥିଲେ ହେଁ କୌଣସି ସୁଫଳ ନପାଇବାରୁ ଆଜି ବାଧ୍ୟ ହୋଇ ଜିଲ୍ଲା ଚାଷୀ ସଂଗଠନ ପ୍ରମୁଖ କର୍ମକର୍ତ୍ତା ଜିଲ୍ଲା କାର୍ଯ୍ୟାଳୟ ସମ୍ବୁଖରେ ହଜାର ହଜାର ଚାଷୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ରାସ୍ତା ବାଛିନେବେ ବୋଲି ଦୃଢୋକ୍ତି ପ୍ରକାଶ କରଥିଲେ । ଅନ୍ୟ କ୍ରମରେ କୃଷିକ୍ଷେତ୍ରରେ ବିଜୁଳି ସଂଯୋଗର ଟାଟା ପାୱାରର ଅହେତୁକ ବିଳମ୍ବ ଯୋଗୁ ଝାର ବନ୍ଧ, ବିଜେପୁର, ସୋହେଲା, ପ୍ରଭୁତି ବ୍ଲକର ଚାଷୀ ଆଜି ହନ୍ତସନ୍ତ ଓ ଅସନ୍ତୋଷ ବୃଦ୍ଧି ପାଇଛି, ଏଣୁ ଭବିଷ୍ୟତ ପରିଣାମ ଯାହାହେବ ଟିପିଡବ୍ଲୁଓଡିଏଲ୍‌ ଦାୟୀ ରହିବ ବୋଲି ଜିଲ୍ଲା ସଭାପତି ଅମୂଲ୍ୟ ପତି, କାର୍ଯ୍ୟକାରୀ ସଭାପତି ଜୟକୃଷ୍ଣ ସାହୁ ସମବେତ ନେତୃପ୍ତ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ସଂଗଠନର ନିଷ୍ପତି ଅନୁସାରେ ସର୍ବସମ୍ମତି କ୍ରମେ କିଶୋର ଦେବତାଙ୍କୁ ସମ୍ପାଦକ ଓ ତରୁଣ କୁମାର ନାୟକଙ୍କୁ ସହ ସମ୍ପାଦକ ରୂପେ ଚୟନ କର।ଯାଇଥିଲା । ଯୁଧିଷ୍ଠିର ସାହୁ, ପଞ୍ଚାନନ ଦଳପତି, ସୌକିଲାଲ ମେହେର ନୀକେଣ୍ଟି ସୁରେଶୁ, ସଂଜୀବ ପଣ୍ଡା, ସୁରେଶ ଚାନ୍ଦ, ଭୁପାଳ ବିଶି, ଆଦିତ୍ୟ ପଧାନ,ଏକାଦଶିଆ ସାହୁ, ହେମଚନ୍ଦ୍ର ପଧାନ, ବ୍ରଜ ସାହୁ, ମୋତିଲାଲ ପୋଢ଼, ନିରାକାର ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ କେଦାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

purusottam
Leave A Reply

Your email address will not be published.