ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରସ୍ଥ ଖୋଡ଼ାସିଂ କଳିଙ୍ଗନଗରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ବ୍ୟଙ୍କ ବାବୁଙ୍କ ବାଉଳା କାମ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ବ୍ରହ୍ମପୁର ମହାନଗର ନିଗମ ଅଧୀନସ୍ଥ ଖୋଡାସିଂରେ ଏକ ଷଣ୍ଢର କାନରେ ହଳଦିଆ ରଙ୍ଗର ପ୍ଲାଷ୍ଟିକ ଷ୍ଟିକର ଦେଖିବାକୁ ମିଳିଛି । ଏହି ପ୍ରକାର ହଳଦିଆ ପ୍ଲାଷ୍ଟିକ ଷ୍ଟିକର ବ୍ୟାଙ୍କରୁ ଋଣ ଆଣି କିଣାଯାଇଥିବା ଗାଈ ଏବଂ ବଳଦଙ୍କ କାନରେ ଦେଖିବାକୁ ମିଳିଥାଏ । ବ୍ୟାଙ୍କ କର୍ମଚାରୀ ଯେଉଁ ଗାଈ କିମ୍ବା ବଳଦ ପାଇଁ ଋଣ ଦେଇଥାନ୍ତି, ସେହି ଗାଈ କିମ୍ବା ବଳଦ କାନରେ ସେମାନେ ଲଗାଇଥାନ୍ତି । ବ୍ୟାଙ୍କ ଫିଲ୍ଡ଼ ଅଫିସର କେମିତି ଷଣ୍ଢ କାନରେ ହଳଦିଆ ଷ୍ଟିକର ଲଗାଇଛନ୍ତି, ତାହା ଦେଖି ଲୋକେ ଚକିତ ହେଉଛନ୍ତି । ବ୍ରହ୍ମପୁର ମହାନଗର ଅଞ୍ଚଳରେ ଦେଖାଯାଇଛି ଏଭଳି ଦୃଶ୍ୟ ।