centurian jitm

ମାଣ୍ଡୋସିଲ କ୍ରିକେଟ କପ ଉଦ୍‌ଘାଟନ ଭେରୁଆମୁଣ୍ଡାକୁ ହରାଇ ଝିଟିକି ସେମିରେ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲର ମାଣ୍ଡୋସିଲ ବଡ଼ ଖେଳ ପଡ଼ିଆରେ ଚାଲିଥିବା ମାଣ୍ଡୋସିଲ କ୍ରିକେଟ କପ ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ ସମେତ ୫ଟି ମ୍ୟାଚ ଖେଲାଯାଇଛି । ପ୍ରଥମ ମ୍ୟାଚରେ ଫଲସାଗୁଡାକୁ ହରାଇ ମାଣ୍ଡୋସିଲ ବିଜୟୀ ହୋଇଥିଲା । ବିତୀୟ ମ୍ୟାଚରେ ସାଇପଲାକୁ ହରାଇ ଭେରୁଆମୁଣ୍ଡା ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚରେ ମାଣ୍ଡୋସିଲ କୁ ହରାଇ ଭେରୁଆମୁଣ୍ଡା ବିଜୟୀ ହୋଇଥିଲା । ଚତୁର୍ଥ ମ୍ୟାଚରେ ରାଣୀଧରାକୁ ହରାଇ ଝିଟିକି ବିଜୟୀ ହୋଇଥିଲା । ପଞ୍ଚମ ମ୍ୟାଚରେ ଝିଟିକି ଓ ଭେରୁଆମୁଣ୍ଡା ମଧ୍ୟରେ ଖେଳା ଯାଇଥିବା କ୍ୱାର୍ଟର ଫାଇନାଲରେ ଝିଟିକି ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଛି । ଦେବସିଂ ଭରାସାଗର, ହେମାନନ୍ଦ ବିଶ୍ୱାଳ ଓ ନରେଶ ବିଶ୍ୱାଳ ଖେଳ ପରିଚାଳନା କରିଥିଲେ । ବିଜୟ ବରିହା ଓ ଝସକେତନ ନାୟକ ସ୍କୋରର ଥିବା ବେଳେ ମନୋରଞ୍ଜନ ମଲ୍ଲିକ ଧାରାବିବରଣୀ ପ୍ରଦାନ କରିଥିଲେ । ଆଜିର ମୁଖ୍ୟ ଅତିଥି ଭାବରେ ମାଣ୍ଡୋସିଲ ସରପଞ୍ଚ ଓମ ପ୍ରକାଶ ନାୟକ ଖେଳ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ ଗୁଲାମ ରସୁଲ ରଙ୍ଗରେଜ, ଆୟୋଜକ କମିଟି ସଭାପତି ଦେବସିଂ ଭରାସାଗର, ସମ୍ପାଦକ ଅନିଲ ଦାସ ଯୋଗଦେଇ ଉପସ୍ଥିତ ଥିଲେ । କମିଟି ସଭ୍ୟ ଉଗ୍ରସେନ ପ୍ରଧାନ, ଗୋକୁଳ ବିଶ୍ୱାଳ, ମାନସ ନାୟକ, ଦୁର୍ଯ୍ୟଧନ ସାହୁ, ସହଦେବ କାରେ, ବିକାଶ ବିଶ୍ୱଳ, ସୁରେଶ ବିଶ୍ୱାଳ, ଦୁଃଖିଧନ ସରିଆ, ଯୋଗେଶ ବିଶ୍ୱାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.