csstore

ଶାବୁଳିଆ ହାଇସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ୍ ଅନ୍ତର୍ଗତ ଶାବୁଳିଆ ହାଇସ୍କୁଲରେ ଅଥବା ଷ୍ଟୁଡେଣ୍ଟ ନୋଡାଲ ହାଇସ୍କୁଲ ଶାବୁଳିଆ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନ ସଚେତନତା ସାଂଗକୁ ବୃକ୍ଷର ମହତ୍ୱପୂର୍ଣ୍ଣ ଅବଦାନ ସଂପର୍କରେ ବିଦ୍ୟାର୍ଥୀଙ୍କୁ କୁହାଯାଇଛି । ବିଦ୍ୟାଳୟ ପରିସରରେ ଗୋଟିଏ ଗୋଟିଏ ଚାରାକୁ ମହାପୁରୁଷଙ୍କ ନାମରେ ନାମିତ କରାଇ ପୂର୍ବତନ ଛାତ୍ରୀ ଏବଂ ଶିକ୍ଷୟିତ୍ରୀ ମାନେ ବୃକ୍ଷ ଗୁଡ଼ିକର ଦାୟିତ୍ୱ, ଯତ୍ନ ନେବାକୁ ଶପଥ କରିବା ସାଂଗକୁ ବୃକ୍ଷ ଲଗାଅ, ପରିବେଶ ବଞ୍ଚାଅ ବୋଲି ସ୍ଲୋଗାନ ଦେଇ ସଚେତନ ସୃଷ୍ଟି କରିଥିଲେ ।

jayashree
Leave A Reply

Your email address will not be published.