jsm

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରବାସ ସଂଗଠନ କାର୍ଯ୍ୟକ୍ରମ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଦୂର୍ଗା ମନ୍ଦିର ସାମନାରେ ବିଜେପି ମହିଳା ପ୍ରତିନିଧିମାନଙ୍କ ଦ୍ଵାରା ପ୍ରବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବିଜେପି ମହିଲା ମୋର୍ଚ୍ଚାର କର୍ମୀମାନଙ୍କୁ ସ୍ୱାଗତ ସର୍ମ୍ବଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ବିଜେପି ମହିଳା ମୋର୍ଚ୍ଚା ପ୍ରତିନିଧି ଘରକୁ ଘର ଯାଇ ଜନ ସାଧାରଣଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ସବକା ସାଥ ସବକା ବିକାଶର ବାର୍ତ୍ତା ନେଇ ଜନହିତକର କାର୍ଯ୍ୟ କିପରି ଲୋକଙ୍କ ପାଖକୁ ପହଞ୍ଚିପାରିବ, ମହିଳା ସଶକ୍ତିକରଣ, ପ୍ରଧାନମନ୍ତ୍ରୀ ଆବାସ ଆଦି ଉପରେ ଲୋକ ସଚେତନ କରିଥିଲେ । ଏଥିରେ ଛତିଶଗଡ଼ ପ୍ରଦେଶ ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ସାଲିନୀ ରାଜପୁତ, କୋଷାଧ୍ୟାକ୍ଷା ହେମଲତା ଶର୍ମା, ସୋନପୁର ପୂର୍ବତନ ବିଜେପି ଜିଲ୍ଲା ପରିଷଦ ଅଧ୍ୟାକ୍ଷା ଉଷାକୁମାରୀ, ଭୁବନେଶ୍ଵରୀ ଦଣ୍ଡସେନା, ରାଜେଶ୍ଵରୀ ସାହୁ, ନୁଆପଡା ବିଜେପି ଜିଲ୍ଲା ସଂପାଦିକା ରାଜେଶ୍ଵରୀ ଠାକୁର, ଖାମସିଂ ମାଝି, ମେନେଜର ଆର୍ଯ୍ୟ ପ୍ରମୁଖ ଉପସ୍ଥିତ ସଂଗଠନକୁ ଆହୁରୀ ସୁଦୃଢ କରିବାକୁ ପରାମର୍ଶ ଦେବା ସହ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରଗଡ଼ ମହିଳା ମୋର୍ଚ୍ଚା ସମ୍ପାଦିକା ସୁଭାଷିନୀ ପ୍ରଧାନ, ମଣ୍ଡଳ ସଭାନେତ୍ରୀ ଉର୍ମିଳା ମେହେର, ସମିତି ସଭ୍ୟା ନିରୁପମା ନାଗ, ବରିଷ୍ଠ ବିଜେପି ନେତା ସୁଶାନ୍ତ ନାଗ, ଯୋଗେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.