jsm

ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୃଷ୍ଟି ଓ ପାଳନ କର୍ତ୍ତା ବିଶ୍ୱକର୍ମା ପୂଜା ଅନୁଷ୍ଠିତ

csstore

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ଶୁକ୍ଳପକ୍ଷ ତ୍ରୟୋଦଶୀ ସୋମବାର କନ୍ୟା ସଂକ୍ରାନ୍ତି ତିଥିରେ ସୃଷ୍ଟି ଓ ପାଳନ କର୍ତ୍ତା ବିଶ୍ୱକର୍ମା ପ୍ରଭୁଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ରିତିନୀତି ଅନୁଯାୟୀ ବରଗଡ ଜିଲ୍ଲା ବିଜେପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ଥିବା ଅନ୍ତଃ ବିଭାଗ ଅସ୍ତ୍ରୋପଚାର କକ୍ଷରେ ଷ୍ଟାଫ୍ ନର୍ସ ଶ୍ରୀମତୀ କମଳିନୀ ସାହୁଙ୍କ ତତ୍ତ୍ଵାବଧାନରେ ସମସ୍ତ କର୍ମଚାରୀଙ୍କୁ ନେଇ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ସୁରେନ୍ଦ୍ର ମହାପାତ୍ର ମନ୍ତ୍ରପାଠ ସହ ହୋମ ଯଜ୍ଞ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ, କର୍ତ୍ତା ଭାବେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡଃ. ପୂର୍ଣ୍ଣ ଶଙ୍କର ମେହେର ଦାୟିତ୍ଵ ନିର୍ବାହ କରିଥିଲେ । ପଣ୍ଡିତ ଶ୍ରୀ ମହାପାତ୍ର ମନ୍ତ୍ର ଉଚ୍ଚାରଣ କରୁଥିବା ବେଳେ, ହୁଳହୁଳିରେ ତାଳେ ତାଳେ ଜୟ ବିଶ୍ୱକର୍ମା ଦେବ ନମଃ ଗୁଞ୍ଜରଣରେ ବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାର ଦେଖାଯାଇଥିଲା । ଏହି ଅବସରରେ ଡ଼ଃ.ମିନାକ୍ଷୀ ମେହେର, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ କବିତାଞ୍ଜଳୀ ଦାଶ, କବିତା ଲୁଗୁନ, ପ୍ରିୟବତୀ ନାୟକ, ରୀନା ସୁନା, ଆଶା କଲ୍ୟାଣୀ ପଧାନ, ସନ୍ତୋଷିନୀ ସାହୁ, ତପସ୍ଵିନୀ ବେହେରା, ରାକେଶ ଷଣ୍ଢ, ସିକ୍ୟୁରିଟି ଅନିଲ ସ୍ୱାଇଁ, ସୁରେନ୍ଦ୍ର ଲୁହା ପ୍ରମୁଖ ଉପସ୍ଥିତ ରହି ବିଶ୍ଵକର୍ମାଙ୍କ ଠାରେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.