ଝାଡ଼ଖଣ୍ଡର ଚକ୍ରଧରପୁରଠାରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଓଡ଼ିଶା ସରକାରଙ୍କ ମାସିକ ମୁଖପତ୍ର ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ରଥଯାତ୍ରା ବିଶେଷାଙ୍କ ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଝାଡ଼ଖଣ୍ଡର ଚକ୍ରଧରପୁରଠାରେ ଓଡ଼ିଆ ଭାଇଭଉଣୀମାନଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଓଡ଼ିଶା ସରକାରଙ୍କ ମାସିକ ମୁଖପତ୍ର ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ରଥଯାତ୍ରା ବିଶେଷାଙ୍କ ପ୍ରଦାନ କରାଯାଇଛି । ଏଥିସହିତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଓଡ଼ିଆ ଭାଇଭଉଣୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.