ବାଇକ୍‌ ଓ ଟ୍ରକ୍‌ ମୁହାଁମୁହିିଁ ଧକ୍କାରେ ୧ ମୃତ

ସେମିଳିଗୁଡା : ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବକ । ଯୁବକ ଜଣକ ହେଲେ ନନ୍ଦପୁର ବ୍ଳକ ଲାମାନ୍ଦା ଗ୍ରାମର ବିଶ୍ଵ ରଞ୍ଜନ । ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡା ସହରର ଦାମନଯୋଡି ଛକ ପେଟ୍ରୋଲ ପମ୍ପ ନିକଟରେ । ସୂଚନା ଅନୁଗତ ଯେ, ଆଜି ବିଶ୍ଵ ରଞ୍ଜନ ନିଜ ବାଇକ ଯୋଗେ ଦାମନଯୋଡି ଛକ ପେଟ୍ରୋଲ ପମ୍ପ ଦେଇ ଯାଉଥିଲେ । ଏହି ସମୟରେ ତାଙ୍କ ବାଇକ୍‌ ଓ ଏକ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ବିଶ୍ଵ ରଞ୍ଜନ ପ୍ରାଣ ହରାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସେମିଳିଗୁଡା ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛି । ଏଥି ସହିତ ଘଟଣାସ୍ଥଳରେ ରହି ଘଟଣାର ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.

error: Content is protected !!