jsm

ସରକାରଙ୍କ ବିଚିତ୍ର ନୀତି : ଗାଡିଭଡା କରି ୪୪ କି.ମି.ରୁ ବ୍ଲକକୁ ଆସିଲେ ବିଧବା ମହିଳା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅନଲାଇନ୍ ଜରିଆରେ ଭତ୍ତା ଆବେଦନ କଲେ ଭତ୍ତା ଯୋଗାଇ ଦେବାକୁ ଘୋଷଣା କରିଥିବା ରାଜ୍ୟ ସରକାରଙ୍କ ବ୍ଲକ ଅଧିକାରୀଙ୍କୁ ଗୁହାରି କରିବା ପାଇଁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ସରେଇକେଲା ଗ୍ରାମ ପଞ୍ଚାୟତ ସରେଇକେଲା ଗ୍ରାମର କିଛି ବିଧବା ମହିଳା ଗାଡିଭଡା କରି ବ୍ଲକକୁ ଆସିବା ଭଲି ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅନେକ ଥର ଫର୍ମ ପୁରଣ କରି ଗ୍ରାମ ପଞ୍ଚାୟତ ଓ ବ୍ଲକରେ ଦାଖଲ କରିଥିଲେ ମଧ୍ୟ ଅଧିକାରୀ ମାନେ ପାତର ଅନ୍ତର କରି ଭତ୍ତା ଦେଇ ନ ଥିବାରୁ କିଛି ଆଦିବାସୀ ଗରିବ ମହିଳା ମାନେ ହାତରେ ଖାଇବାକୁ ଦାନା ନଥିବା ବେଳେ ଭତ୍ତା ପାଇବା ଆଶାରେ ଗାଡିଭଡା କରି ବ୍ଲକକୁ ଆସିବା ଘଟଣା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ତିଆରି କରିଛି । ସରେଇକେଲା ଗାଁର ୭୦-୮୦ ବର୍ଷ ବୟସ୍କ ନୃଜ ରାଉତ, ଜାନକୀ ଖମାର, ଲାଏବନି ଧରୁଆ, ସାଧନି ଏଣ୍ତଜା, ମନଧର ପଟେଲ, ଡାଲିମ୍ବ ପଟେଲ ବ୍ଲକକୁ ଆସିଥିବା ବେଳେ ସାମ୍ବାଦିକ ତଥା ଅନେକ ଲୋକଙ୍କ ଦୃଷ୍ଟିକୁ ଆସିଥିଲେ । କିଛି ଲୋକ ତାଙ୍କୁ ଖାଇବାର ବ୍ୟବସ୍ଥା କରିବାର ଦେଖାଯାଇଥିଲା । ଜାଲିଆତି କରି ୫୦ ବର୍ଷ ଧନୀ ଲୋକମାନେ ଭତ୍ତା ପାଉଥିବା ବେଳେ ଏଭଳି ଗରିବ ଲୋକଙ୍କୁ ପ୍ରଶାସନ ଦୃଷ୍ଟି ଦେଇ ନଥିବାରୁ ଚର୍ଚ୍ଚା ହେଉଛି ।

yuvodaya
Leave A Reply

Your email address will not be published.