csstore

ବଲାଙ୍ଗିର ରାମଲୀଳା ଶିବଧନୁ ଭଙ୍ଗ ଓ ସୀତା ବିବାହ ସମ୍ପନ୍ନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସର୍ବପୁରାତନ ରାମଲୀଳା ସଦାଶିବ ରଚିତ ଗୁରୁଶ୍ରୀ ବାଳମୁକୁନ୍ଦ ବେହେରାଙ୍କ କଣ୍ଠରେ ରାମଲୀଳା ଦ୍ୱିତୀୟ ସନ୍ଧ୍ୟାରେ ଶିବଧନୁ ଭଙ୍ଗ, ସୀତା ବିବାହ ସମ୍ପନ୍ନ ହୋଇଯାଇଥିବା ବେଳେ ରାମଜୀ ନାଟକ ସଂସଦର ଦ୍ୱିତୀୟ ଦିବସରେ ପର୍ଶୁରାମଙ୍କ ଭେଟ, ଧନୁ ଭଙ୍ଗ ବେଶ ଲୋକଙ୍କୁ ମନଛୁଇଁ ଥିଲା । ବିବାହ ପରେ କଉଡି ଖେଳ ସମ୍ପୂର୍ଣ୍ଣ ରିତିମତରେ ସମ୍ପୂଣ୍ଣ ହୋଇଥିଲା । ଜଗନ୍ନାଥପଡାର ମହିଳା ଓ ପଡାବାସୀ ବିବାହ ଉତ୍ସବ ପାଳନ କରିଥିଲେ । ରାମଲୀଳାକୁ ଉଚ୍ଚ କୋଟିର କରିବା ପାଇଁ ଅନେକ ପ୍ରୟାସ କରିଥିବା ବେଳେ ବାଦ୍ୟରେ ଦିଲ୍ଲୀପ ସିଂଦେଓ, ପିତବାସ ବେହେରା, ଦୁଷ୍ଟିବାଦକ ଛାତ୍ର କଳାକାର ଆୟୁଷ୍ମାନ ତ୍ରିପାଠି ଏବଂ ଗୁରୁଙ୍କ ପାଲିଆରେ ବାସୁଦେବ ବେହେରା, ସୁଶାନ୍ତ ଚୋପଦାର, ଶ୍ରୀୟା ପଟେଲ କଣ୍ଠଦାନ କରିଛନ୍ତି । ମେକ୍‌ଅଫ୍‌ ଓ ପୋଷାକ ସଜ୍ୟାରେ ମନୋରଂଜନ ବେହେରା, ଚୈତନ୍ୟ ମଟାରୀ, ବଳଦେବ ରାଉତ, ବେଲାର ସାହୁ, ରାଜ ପଟେଲ, ଅଟଲ ସାଏ ପ୍ରମୁଖ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ସଜ୍ୟାସଜ୍ଜିରେ ସହଯୋଗ କରୁଛନ୍ତି । ଅଯୋଧ୍ୟା କାଣ୍ଡର ରାମ ବନବାସର ମଂଚସ୍ଥ ହେବ ।

jayashree
Leave A Reply

Your email address will not be published.