ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ପକ୍ଷରୁ ବଲାଙ୍ଗିର ରେଳ ଷ୍ଟେସନ୍‌ରେ ଚାଲିଛି ଭୁକ୍‌ ହର୍‌ତାଲ୍‌

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୁକ୍‌ ହର୍‌ତାଲ୍‌କୁ ଓହ୍ଲାଇଛି ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିଅନ୍‌ । ଅଲ୍‌ ଇଣ୍ଡିଆ ରେଲ୍‌ୱେ ମେନ୍ସ ମେନ୍‌ଟେନାନ୍ସର ଡାକରାରେ ବଲାଙ୍ଗିର ରେଳ ଷ୍ଟେସନରେ ମଧ୍ୟ ଭୁକ୍‌ ହର୍‌ତାଲ୍‌ ଚାଲିଥିବା ଦେଖିବାକୁ ମିଳିଛି । ତେବେ ସମସ୍ତ ବ୍ରାଂଚ ଓ ଡିଭିଜନ୍‌ ସ୍ତରରେ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଭୁକ୍‌ ହରତାର୍‌ ଆୟୋଜିତ ହେଉଥିବା ବେଳେ ବ୍ରାଂଚ ଗୁଡ଼ିକରେ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଏବଂ ୧୧ ତାରିଖ ଦିନ ଡିଭିଜନ୍‌ ହେଡ଼୍‌କ୍ୱାଟର୍‌ ଗୁଡ଼ିକରେ ଏହି ଆମରଣ ଅନଶନ ଜାରି ରହିବ ବୋଲି ସୂଚନା ଦିଆଯାଇଛି । ତେବେ ରେଳ ବିଭାଗ ଶ୍ରମିକମାନଙ୍କ ଡାକରାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀ ମଧ୍ୟ ଏଥିରେ ସାମିଲ୍‌ ହୋଇଥିବା କୁହାଯାଇଛି । କେନ୍ଦ୍ର ସରକାର ପୁରୁଣା ପେନ୍‌ସନ୍‌ ଯୋଜନା ପୁଣି ଲାଗୁ କରିବା ଦାବୀ ରଖି ଆଜି ଭୁକ୍‌ ହର୍‌ତାଲ୍‌କୁ ଶ୍ରମିକମାନେ ଓହ୍ଲାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.