csstore

ବିଜେଡ଼ି ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି ମେଘ୍‌ନା ସିଂହଦେଓ ଓ ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳିକେଶଙ୍କ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି କଳିକେଶଙ୍କ ପତ୍ନୀ ଶ୍ରୀମତୀ ମେଘ୍‌ନା ସିଂହଦେଓ ଓ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ବଲାଙ୍ଗିର ସହରର ସୁଦ୍‌ପଡ଼ା ଓ ଗେଟ୍‌ସରୋବରପଡ଼ାରେ ଆଜି ଅପରାହ୍ନରେ ଶହ ଶହ ବିଜେଡ଼ି ମହିଳାଙ୍କ ସହ ମିଶି ଶ୍ରୀମତୀ ସିଂହଦେଓ ଓ ଶ୍ରୀମତୀ ସାହୁ ଘର ଘର ବୁଲି ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଏବଂ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ବଲାଙ୍ଗିରର ବିକାଶ ପାଇଁ ସର୍ବଦା କାମ କରୁଥିବା କଳିକେଶଙ୍କ ପ୍ରତି ପ୍ରଚୂର ଜନସମର୍ଥନ ରହିଥିବା କଳିକେଶଙ୍କ ପତ୍ନୀ ଶ୍ରୀମତୀ ସିଂହଦେଓ କହିଥିବା ବେଳେ ବିଜେଡ଼ି ବିଜୟୀ ହେଲେ ବଲାଙ୍ଗିରର ବିକାଶ ଆହୁରି ତ୍ୱରାନ୍ୱିତ ହୋଇ ପାରିବ ବୋଲି କହିଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ । ପ୍ରଚାର ସମୟରେ ବିଜେଡ଼ି ପ୍ରାର୍ଥୀଙ୍କ ପ୍ରତି ବିପୁଳ ଜନ ସମର୍ଥନ ରହିଥିବା ସ୍ପଷ୍ଟ ଜଣାପଡ଼ୁଛି ବୋଲି ବିଜେଡ଼ି ଶିବିରରେ ମତ ପ୍ରକାଶ ପାଇଛି ।

jayashree
Leave A Reply

Your email address will not be published.