oom

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଚନ୍ଦାହାଣ୍ଡି ବିଜେପି ପ୍ରତିନିଧି ଦଳ

jsmm

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଏକ ବିଜେପି ପ୍ରତିନିଧି ଦଳ ନବରଙ୍ଗପୁର ଠାରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ଭେଟିଥିଲେ । ଚନ୍ଦାହାଣ୍ଡି ଅଂଚଳରେ ପ୍ରବାହିତ ତେଳ ନଦୀରେ ବୃହତ ଜଳ ସେଚନ ପ୍ରକଳ୍ପ ନିର୍ମାଣ, ଓବିସି ଜନସଂଖ୍ୟାକୁ ଦୃଷ୍ଟିରୁ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସ ନିର୍ମାଣ, ୬ ଗୋଟି ପଂଚାୟତର ଚାଷୀ ୨୦୨୧-୨୨ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇ ନଥିବା, ପାନାବେଡା ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦେବା ଓ ବ୍ଲକର ଉଚ୍ଚ ବିଦ୍ୟାଳୟ ଗୁଡିକୁ ସ୍ମାର୍ଟ ସ୍କୁଲ କରାଯିବାକୁ ଏବଂ ବିଭିନ୍ନ ସମସ୍ୟା ଗୁଡିକୁ ଲିଖିତ ଭାବେ ଜଣାଇଥିବା ଜଣାପଡିଛି । ଏହି ଅଭିଯୋଗ ପ୍ରଦାନ ସମୟରେ ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ କୁମାର ଜୈନ, ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ବାଘ, ପୂର୍ବତନ ଜିଲ୍ଲାପରିଷଦ ଶ୍ୟାମ ସୁନ୍ଦର ମାଝୀ, ବିଜେପି ନେତା ଦିଲୀପ କୁମାର ଦାସ, ବସନ୍ତ କୁମାର ମାଝୀ, ଭରତ ବାଘ, ଭଦେବ ବାଘ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.