om academy

ଭାରସାମ୍ୟ ହରାଇ ଓଲଟିଲା କାର

jsm

ନୂଆଦିଲ୍ଲୀ : ଗୁନା ଜିଲ୍ଲାର ବିନାଗଞ୍ଜ ଜାତୀୟ ରାଜପଥ-୪୬ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଜୀବନ ରକ୍ଷା ପାଇଛି । ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଲଲିତପୁରରେ ବସବାସ କରୁଥିବା ଅଶୋକ ଶ୍ରୀବାସ୍ତବ ଗତ ସୋମବାର ସକାଳେ ତାଙ୍କ ସ୍ତ୍ରୀ ବିନିତା ଓ ପୁଅ ଅଭିଷେକଙ୍କ ସହିତ ଉଜ୍ଜୈନସ୍ଥିତ ମହାକାଳ ମନ୍ଦିର ଦର୍ଶନ କରି ବିନାଗଞ୍ଜ ବାଇପାସ ଦେଇ ଘରକୁ ଫେରୁଥିଲେ । ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଡିଭାଇଡର ସହିତ ମାଡ଼ ହୋଇ ରାସ୍ତାପାଶ୍ୱକୁ ଓଲଟି ପଡ଼ିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରି କହିଛି, ‘ଯଦି ଶ୍ରୀବାସ୍ତ, ବିନିତା ଓ ବୃଜେଶ ସିଟ ବେଲ୍ଟ ବାନ୍ଧି ଥାଆନ୍ତେ ହୁଏତ ସେମାନଙ୍କ ଜୀବନ ରକ୍ଷା ପାଇ ଯାଇଥାଆନ୍ତା ।

Leave A Reply

Your email address will not be published.