oom

ମା’ ଭଗବତୀ ମହିଳା ସ୍ୱାବଲମ୍ବନ ଆଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ

jsmm

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ସ୍ଥିତ ମା’ ଭଗବତୀ ମହିଳା ସ୍ୱାବଲମ୍ବନ ଆଶ୍ରମର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ଆଶ୍ରମ ପରିସରରେ ନବକୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବା ସହ ଦୀକ୍ଷା ସଂସ୍କାର, କୁଣ୍ତାବେରା, ମୁଣ୍ତନ, ଅନ୍ନପ୍ରାସନ୍ନ, ବିଦ୍ୟାରମ୍ଭ, ଫୁସବନ ଆଦି ସଂସ୍କାର କାର୍ଯ୍ୟ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟା ଆଶା ଜୈନ ଓ ସିନାପାଲି ସମିତିସଭ୍ୟ ମନିଷ ପଟେଲ ଉପସ୍ଥିତ ଥିବାବେଳେ ଅଂଚଳ ଓ ଅଂଚଳ ବାହାରୁ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଶ୍ରମ ପ୍ରତିଷ୍ଠାତା ଗାୟତ୍ରୀ ସାହୁ, ଜୟନ୍ତୀ ମେହେର, ମମତା ମେହେର, ଖିରମତି ମେହେର ଉପସ୍ଥିତ ଥିଲେ । ଯଜ୍ଞର ବ୍ୟାସ ମଞ୍ଚ ଦାୟିତ୍ୱରେ ଅର୍ଜୁନ ବାଗ, କେଶବ ମେହେର, ଜନ୍ମେଜୟ ମେହେର, ମନୋଜ ଭୋଇ, ମୀନକେତନ ଧୀବର, ରାଘବ ମେହେର ରହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଲୋଚନ ମେହେର, ସୁବାସ ଅଗ୍ରୱାଲ, ଭବାନୀ ଶଙ୍କର କଟା, ବୃନ୍ଦାବନ କାଣ୍ଡ, ଧବଳେଶ୍ୱର ମେହେର, ସୁରେଶ୍ଵର ମେହେର, ଚନ୍ଦ୍ର ଧୀବର, ସିମାଞ୍ଚଲ ଭାଟି, ଅଶୋକ ନାଗ, ନୃପରଜ ପ୍ରଧାନୀ, ଲକ୍ଷ୍ମୀ ଧର ମେହେର, ସୁବାସ ମେହେର, ଗୁଣନିଧି ବେହେରା, ଶୈଳେଶ ଅଗ୍ରୱାଲ, ମୀନତି ମେହେର, ଉର୍ମିଳା ମେହେର, ସଜମନି ମେହେର, ଦିନେଶ ମେହେର, ହିରାଲାଲ ଅଗ୍ରୱାଲ, ମାଧୁରୀ ମାଝୀ, ଧନୀ ରାମ ଭାଟି, ସାଧୁରାମ ବଗର୍ତ୍ତୀ, ସରୋଜ ସିଂ ନିନା, ତିଳୋତ୍ତମା ମେହେର, ସିନାପାଲି ମହିଳା ମଣ୍ଡଳ, ଗୋଲାମୁଣ୍ଡା ମହିଳା ମଣ୍ଡଳ, ଡୁର୍କେଲ ମହିଳା ମଣ୍ଡଳର ସଦସ୍ୟା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.