oom

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ସମ୍ବଲପୁରରେ ଭବ୍ୟ ସ୍ୱାଗତ

jsmm

ସମ୍ବଲପୁର, (କେପିଏନ୍‌ଏସ୍‌) : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଠୁ ବାହାରିଛନ୍ତି ତିନି ଦିନିଆଁ ପଶ୍ଚିମ ଓଡିଶା ଗସ୍ତରେ । ଶ୍ରୀ ମହାନ୍ତିଙ୍କ ସହିତ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଆଜି ଭୁବନେଶ୍ୱରରୁ ରେଳ ଯୋଗେ ଆସି ମଧ୍ୟାହ୍ନରେ ସମ୍ବଲପୁରରେ ପହଞ୍ଚି ଥିଲେ । ସମ୍ବଲପୁର ରେଳ ଷ୍ଟେସନରେ ସମ୍ବଲପୁର ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେଠାରୁ ସେ ସଡକ ପଥ ଦେଇ ବରଗଡ଼ ଜିଲ୍ଲାକୁ ଗସ୍ତ କରିଛନ୍ତି । ବରଗଡ଼ ଠାରେ ଧାନ ମଣ୍ଡି ପରିଦର୍ଶନ ସଙ୍ଗେ ସଙ୍ଗେ ବିଜେପି କାର୍ୟ୍ୟକର୍ତ୍ତାଙ୍କ ସହ ସାକ୍ଷାତ ଓ ଆଲୋଚନାର କାର୍ୟ୍ୟକ୍ରମ ରହିଛି । ସେଠାରୁ ଫେରିଲା ପରେ ସନ୍ଧ୍ୟାରେ ସମ୍ବଲପୁର ବିଜେପି ଠାରେ ଜିଲ୍ଲାର ବିଜେପି କର୍ମୀ ଓ ପଦାଧିକାରୀଙ୍କ ସହ ସାକ୍ଷାତ ଓ ଆଲୋଚନାର କାର୍ୟ୍ୟକ୍ରମ ରହିଛି ।

ଆଜି ସମ୍ବଲପୁର ରେଳ ଷ୍ଟେସନରେ ରେଙ୍ଗାଲି ବିଧାୟକ ନାଉରି ନାଏକ, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ୟ୍ୟ, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ସୀମାଞ୍ଚକ ଖଟେଇ, ଦେବେନ୍ଦ୍ର ମହାପାତ୍ର ରାମ ଚନ୍ଦ୍ର ମେହେର, ଅନିଲ ବେହେରା, ଦାମୋଦର କର, ଡା. ରାଜକୁମାର ବଡ଼ପଣ୍ଡା, ଶ‌ମ୍ଭୁ ବାରେଲିଆ, ପ୍ରକାଶ ସାହୁ, ପ୍ରଦୀପ କୁମାର ବେହେରା, ମୋହନ ପଣ୍ଡା, ମୋହନ ଦାଶ, ସଞ୍ଜୟ ଷଡଙ୍ଗୀ, ଅନୁପ ମିଶ୍ର, ସବିତା ନନ୍ଦ, ଆରତୀଲତା ବରାଡ଼, ରୁନୁ ପ୍ରଧାନ, କାନ୍ତି ମେହେର, ସୁଜାତା ଗୁରୁ, ଅଶ୍ୱିନୀ ମାଝୀ, କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ, ମାନସ ରଞ୍ଜନ ବକ୍ସି, ସମସ୍ତ ମଣ୍ଡଳ ସଭାପତି, ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, ଜିଲ୍ଲା ବିଜେପି ର ବହୁ ପଦାଧିକାରୀ ଓ କାର୍ୟ୍ୟକାର୍ତ୍ତା ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.