ପାଟଣେ‌ଶ୍ୱରୀ ସାହିତ୍ୟ ସଂସଦ‌ ଟ୍ରଷ୍ଟ ପାଟଣାଗଡ଼ ବାର୍ଷିକ ଉତ୍ସବ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣେଶ୍ୱରୀ ସାହିତ୍ୟ ସଂସଦ୍‌ ଟ୍ରଷ୍ଟ ପାଟଣାଗଡ଼ ବାର୍ଷିକ୍‌ ଉତ୍ସବ ୨୦୨୧ ପାଟଣାଗଡ଼ ଓଁ କଲ୍ୟାଣ ମଣ୍ଡପ ଠାରେ ଗତକାଲି ପାଲିତ ହୋଇ ଯାଇଛି । ପ୍ରଥମ ଅଧିବେଶନରେ ସାହିତ୍ୟସଭା ସାର‌ସ୍ୱତ ସ‌ଙ୍କଳନ “ପାଟଣା ସୈରଭ” ଉନ୍‌ମୋଚନ ସହ ସମ୍ମାନ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାନେତ୍ରୀ ସଂଯୁକ୍ତା ପରିଛା ଅତିଥି ପରିଚୟ କରିଥିଲେ । ଅନୁଷ୍ଠାନର ବିବରଣୀ ପାଠ କରିଥିଲେ ସମ୍ପାଦିକା ସବିତା ଭୋଇ । ମୁଖ୍ୟ ଅତିଥି ଡ. ଗିରିଧାରି ପାଣିଗ୍ରାହୀ ଓ ମୁଖ୍ୟବକ୍ତା ଭାବେ ଶେଖ୍‌ଅବଦୁଲ୍‌ କାସମ ଯୋଗଦେଇଥିଲେ । ପାଟଣେ‌ଶ୍ୱରୀ ସମ୍ମାନ ୨୦୨୧ ଯୋଗିରାମ୍‌ ପୁରୋହିତ, ଗ୍ରାମ୍ୟ କବିରତ୍ନ ଚୂଡାମଣି ପାଣିଗ୍ରାହୀ ସମ୍ମାନ ୨୦୧୮ ରାଜିବ ଭୋଇ ଓ ରତ୍ନ ଚୂଡାମଣି ପାଣିଗ୍ରାହୀ ସମ୍ମାନ ୨୦୨୧ ଶ୍ରୀଯୁକ୍ତ ମୁରଲୀ ଶିକା‌ଙ୍କୁ ପ୍ରଦାନ କରାଯାଇଥିଲା । ‌ଦ୍ୱିତୀୟ ଅଧିବେଶନରେ କବିତା ପାଠରେ ସଭାନେତ୍ରୀ ସୁରୁଚି ମିଶ୍ର, ସଂମ୍ପାଦିକା ସଂଯୁକ୍ତା ପାଣିଗ୍ରାହୀ ଓ ଦେବେଦ୍ର ପାଣିଗ୍ରାହୀ ସଂଜୋଯନା କରିଥିଲେ । ଅନେକ କବି କବୟିତ୍ରୀ ନିଜନିଜ କବିତା ଆବୃତି କରିଥିଲେ ଶେଷରେ ଦେବେଦ୍ର ପାଣିଗ୍ରାହୀ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ।

Leave A Reply

Your email address will not be published.