csstore

ଆସ୍ଥା ଫାଉଣ୍ଡେସନ ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ବିଭିନ୍ନ ସମୟରେ ସମାଜରେ ସମାଜସେବାରେ ନିଜକୁ ନିୟୋଜିତ କରିଥିବା କିଛି ଅଗ୍ରଣୀ ସମାଜ ସେବା ସଂସ୍ଥା ଏବଂ ବ୍ୟକ୍ତିଙ୍କୁ ଏକ ପ୍ରୋତ୍ସାନ ଏବଂ ମନୋବଳ ବଢ଼େଇ ଏକ ନୂଆ ରୂପରେ ଆସ୍ଥା ଫାଉଣ୍ଡେସନ୍ ନିଜର ବାର୍ଷିକ ଉତ୍ସବରେ ‘ଆସ୍ଥା ସେବା ସମ୍ମାନ ୨୦୨୧’ ପ୍ରଦାନ କରିଛି । ଭୁବନେଶ୍ୱରରେ ସାଧାରଣତନ୍ତ୍ର ଦିବସ ଦିନରେ ନିଜର ପ୍ରଥମ ବାର୍ଷିକ ଉତ୍ସବରେ ଓଡିଶାର ବିଭିନ୍ନ ଅଞ୍ଚଳରୁ ଅନେକ ସଂସ୍ଥା ଏବଂ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଅତିଥି ଭାବେ ଡ଼. ଅଶୋକ କୁମାର ମହାପାତ୍ର, ଡ଼.ସୁରେନ୍ଦ୍ର ନାଥ ତ୍ରିପାଠୀ, ଡ଼.ଅଭୟ ରଞ୍ଜନ ପଟ୍ଟନାୟକ, ହିମାଂଶୁ ନାୟକ, କିଶୋର କୁମାର ଦାସ, ପିନାକୀ ମହାନ୍ତି, ଡ଼.ଚିଦାତ୍ମିକା ଖଟୁଆ, ସହିତ ଆସ୍ଥା ଫାଉଣ୍ଡେସନର ପ୍ରତିଷ୍ଠାତା ଶୁଭକାନ୍ତ ସାମଲ ଏବଂ ସଂସ୍ଥାର ସମସ୍ତ କର୍ମକର୍ତ୍ତା ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହି ଉତ୍ସବରେ ସାମ୍ବାଦିକ ଏବଂ ସମାଜ ପ୍ରତି ଦାଇତ୍ୱ କ୍ଷେତ୍ରରେ ବରଗଡ ଜିଲ୍ଲା ପଦ୍ମପୁରରୁ ନିରଞ୍ଜନ ତ୍ରିପାଠୀ ଏବଂ ଯାଜପୁରରୁ ସୁରେଶ କର, ରେଡ଼ ସ୍ୱସ୍ତିକ, ପିୟୁପିଲ ଫୋର ସେବା ଏମିତି ଅନେକ ଅନେକ ସଂସ୍ଥା ଏବଂ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା । ଶୁଭକାନ୍ତ ସାମଲ କହିଥିଲେ କି ଏହି ସମ୍ମାନର ମୁଖ୍ୟ ଉଦେଶ୍ୟ ହେଉଛି, ଆଗାମୀ ଦିନ ମାନଙ୍କରେ କିପରି ସମାଜ ପ୍ରତି ଆହୁରି ଦାୟିତ୍ୱ ବଢୁ । ଏ ଅବସରରେ ଅନେକ ଅନୁଷ୍ଠାନ ପକ୍ଷରୁ ଅନେକ ଗୁଡିଏ ସାସ୍କୃତିକ କାର୍ୟ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.