oom

ବାରାହ ଆକ୍ରମଣରେ ଜଣେ ଆହତ

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଳକ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଅଛି । ଏଣୁ ଜଙ୍ଗଲରେ ଜଙ୍ଗଲି ଜୀବଜନ୍ତୁ ଯଥା ଭାଲୁ, ହାତୀ, ବିଲୁଆ, ଚିତାବାଘ, ବାରାହ ଆଦି ଦେଖିବାକୁ ମିଳନ୍ତି । ସୂଚନା ଅନୁସାରେ ଆଜି ସକାଳେ ଲାଠୋର ନିବାସୀ ନେତ୍ରାନନ୍ଦ ଦାସ ନିଜ ମଟରସାଇକେଲ ଯୋଗେ କଣ୍ଟାବାଞ୍ଜିକୁ ଅଫିସ କାର୍ଯ୍ୟ ପାଇଁ ଯାଉଥିବା ସମୟରେ ତୁରେକେଲା ପେଟ୍ରୋଲ ପମ୍ପ ପାଖାପାଖି ହଠାତ ବାରାହପଲ ରାସ୍ତା ପାର ହେବା ବେଳେ ମଟର ସାଇକେଲରେ ପିଟି ହେବା ଫଳରେ ବ୍ୟକ୍ତି ଜଣକ ତଳେ ପଡି ଯାଇଥିଲେ । ତାଙ୍କ ଶରୀରର ବିଭିନ୍ନ ଯାଗା କ୍ଷତାକ୍ତ ହେବା ସହିତ ରକ୍ତ ଝରୁଥିଲା । ସେହି ସମୟରେ କଣ୍ଟାବାଞ୍ଜିରୁ ତୁରେକେଲାକୁ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ପହଞ୍ଚି ଆହତ ବ୍ୟକ୍ତି ଜଣକୁ କାର ଯୋଗେ ତୁରେକେଲା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । ପରେ ଶ୍ରୀ ଦାଶ କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡମାଳିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ । ଏଥିରେ ମେଡିକାଲ ଅଫିସର ସ୍ୱ।ଗତ ଖମାରୀ, ଡାକ୍ତର ମେହେର, ସମାଜସେବୀ ଆଶିଷ ଜୈନ ଆଦି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.