jayashree

କୋତକୋମୁହାଣ ପୋଲ ଉପରେ ପ୍ରବାହିତ ହେଉଛି ୫ ଫୁଟ୍ ବନ୍ୟା ଜଳ

ଗୁଡ଼ଭେଲା : ଗୁଡ଼ଭେଲା ବ୍ଲକ ଯାମୁଟ ନିକଟରେ ଥିବା କୋତକୋମୁହାଣ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଗମ୍ଭୀରିଗୁଡ଼ା ପଞ୍ଚାୟତର ୯ଟି ଗାଁ ସମେତ ଜାମୁଟ ପଞ୍ଚାୟତର ଗୋଟିଏ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଖଡ଼ଙ୍ଗନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ପୋଲ ଉପରେ ରବିବାର ସକାଳ ୬ଟାରୁ ପ୍ରାୟ ୫ ଫୁଟ ପାଣି ପ୍ରବାହିତ ହେଉଛି । ଆଗକୁ ବର୍ଷା ବଢ଼ିବାର ଆଶଙ୍କା ଥିବାରୁ ଜଳସ୍ତର ମଧ୍ୟ ବଢ଼ିବ । ପୋଲ ଉପରେ ପାଣି ପ୍ରବାହିତ ହେବା ଯୋଗୁଁ ଉଭୟ ପଟୁ ଯାତାୟାତ ଠପ୍ ହୋଇଯାଇଛି । ଏହି ରାସ୍ତା ଦେଇ କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସିମାନ୍ତବର୍ତ୍ତୀ ଗାଁଗୁଡ଼ିକ ଏହି ପୋଲ ଉପରେ ଯାତାୟାତ କରନ୍ତି । ବର୍ତ୍ତମାନ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.