ସଚେତନ ନାଗରିକ ମଞ୍ଚର ବନ୍ଧୁମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ଜାନୁଆରୀ ମାସ ୧୫ ତାରିଖ ଦିନ(ରବିବାର) ଦିବା ୧୦ଟା ୩୦ ମିନିଟ୍‌ରେ ସଚେତନ ନାଗରିକ ମଞ୍ଚର ସମସ୍ତ ସଭ୍ୟଙ୍କୁ ନେଇ ‘ବାର୍ଷିକ ଅଧିବେଶନ’ ତଥା ‘ବନ୍ଧୁମିଳନ’ କାର୍ଯ୍ୟକ୍ରମ ଛେଣ୍ଡ ସ୍ଥିତ ଧାମରା ସଂଘ ଠାରେ ଅନୁଷ୍ଠିତ କରିବାକୁ ଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ରାଉରକେଲା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ସଚେତନ ନାଗରିକ ମଞ୍ଚର ପ୍ରତିଷ୍ଠାତା ଦିଲ୍ଲୀପ ରାୟ ଯୋଗ ଦେବେ ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଅଧିବେଶନରେ ମଂଚକୁ ଅଧିକ କ୍ରିୟାଶୀଳ ତଥା ଭବିଷ୍ୟତ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ସହ ସଭ୍ୟଙ୍କ ମଧ୍ୟରେ ଭାବ ବିନିମୟ କାର୍ଯ୍ୟକ୍ରମ ରହିଛି ।

jittmm
Leave A Reply

Your email address will not be published.