oom

କାଲିଠାରୁ ସପ୍ତାହାନ୍ତ ସଟଡାଉନ୍, ସଇଁନ୍ତଲାରେ ବି ସମ୍ପୂର୍ଣ୍ଣ ବନ୍ଦ ରହିବ ଦୋକାନ ବଜାର

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ସଂକ୍ରମଣକୁ ରୋକିବା ଲାଗି ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ଓ ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଂଚଳ ତଥା ତୁଷୁରା, ପାଟଣାଗଡ଼ ଓ କଂଟାବାଂଜି ଏନ୍‌ଏସି ଅଂଚଳ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ପାଇଁ ପ୍ରଶାସନ ପକ୍ଷରୁର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ତେବେ ସଇଁନ୍ତଲା ବ୍ଳକ ବଣିକ ସଂଘ ଓ ବିକାଶ ପରିଷଦର ମିଳିତ ଉଦ୍ୟମରେ ସଇଁନ୍ତଲା ସହରକୁ ମଧ୍ୟ ବନ୍ଦ କରାଯାଇ ଥିବା ଏକ ଚିଠିରେ ଉଲ୍ଲେଖ କରାଯାଇଛି । ସଟ୍‌ଡାଉନ୍‌ ବେଳେ କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ବାଦ୍ ଦେଲେ, ଆଉ କେହି ଘରୁ ବାହାରି ପାରିବେ ନାହିଁ । ମେଡିକାଲ୍, ବିଦ୍ୟୁତ, ଜଳ ଯୋଗାଣ, କନଷ୍ଟ୍ରକସନ୍ କାମ ଭଳି ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିମାନେ ନିଜ ପରିଚୟପତ୍ର ଦେଖାଇ ଯାଇପାରିବେ । ଯଦି କେହି ବିନା କାମରେ ଘରୁ ବାହାରନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ । ସଟ୍‌ଡାଉନ୍ ସମୟରେ ଯେମିତି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ କୌଣସି ବାଧା ସୃଷ୍ଟି ନ ହୁଏ, ତାହା ଉପରେ ଆଲୋଚନା ମଧ୍ୟ କରିସାରିଛି ଜିଲ୍ଲା ପ୍ରଶାସନ । କେବଳ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ବାଦ୍ ଦେଲେ, ପାଖାପାଖି ଅନ୍ୟ ବାକି ସମସ୍ତ ଦୋକାନବଜାର ବନ୍ଦ ରହିବ । ଅନ୍ୟ ରାଜ୍ୟରୁ ପରିବା, ତେଜରାତି ସାମଗ୍ରୀ ନେଇ ଆସୁଥିବା ଟ୍ରକରୁ ଯେମିତି ମାଲ୍‌ ଅନ୍‌ଲୋଡ୍ ହୋଇ ପାରିବ ତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି।ତେବେ ଦିନକୁ ଦିନ ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଭଳି ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଇଛି ।

jittmm
Leave A Reply

Your email address will not be published.